www.samajalive.in
Saturday, December 13, 2025
27.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ପ୍ରୟାଗରାଜ ଯାଉଥିବା ଟ୍ରେନକୁ କିପରି ପଥର ମାଡ଼ କରୁଛନ୍ତି ଅସାମାଜିକ ତତ୍ତ୍ଵ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ପାଇଁ ଯାଉଥିବା ଟ୍ରେନ ଉପରକୁ ପଥର ମାଡ଼ କରାଯାଇଛି। କିଛି ଅସାମାଜିକ ବ୍ୟକ୍ତି ଏହି କାଣ୍ଡ ଘଟାଇଛନ୍ତି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଶେୟାର କରି ସୁରକ୍ଷା ପାଇଁ ରେଳମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

- Advertisement -

ପଥରମାଡ଼ର ଶିକାର ହୋଇଥିବା ପ୍ରୟାଗରାଜ ତାପ୍ତି ଗଙ୍ଗା ଏକ୍ସପ୍ରେସ ଗୁଜରାଟରୁ ଉତ୍ତରପ୍ରଦେଶ ଯାଉଥିଲା। ମହାରାଷ୍ଟ୍ରର ଜଲଗାଓଁ ଅଞ୍ଚଳ ଅତିକ୍ରମ କରୁଥିବା ସମୟରେ ଟ୍ରେନ ଉପରକୁ କିଛି ଅସାମାଜିକ ଲୋକ ପଥର ମାଡ଼ କରିଥିଲେ। ଟ୍ରେନର ବି-୬ ବଗିର କାଚ ଝରକାରେ ପଥର ମାଡ଼ ହୋଇ ତାହା ଫାଟି ଯାଇଥିଲା। ଉକ୍ତ ବଗିରେ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଯାତ୍ରୀ ରହିଥିଲେ। ସେମାନେ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ରେଳ ମନ୍ତ୍ରୀ ସୁରକ୍ଷା ପ୍ରଦାନ କରିବାକୁ ଯାତ୍ରୀମାନେ ଭିଡିଓରେ ନିବେଦନ କରିଛନ୍ତି। ଏହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ​‌ ହେବାରେ ଲାଗିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories