www.samajalive.in
Sunday, December 14, 2025
16.1 C
Bhubaneswar

ହଂସିତା ଓ ଅନିଲଙ୍କ ଉପରେ ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ଆଶୀର୍ବାଦ !

ଭୁବନେଶ୍ଵର: ହଂସିତା ଅଭିଲିପ୍ସା ଏବଂ ଅନିଲଙ୍କ ଠକେଇ ମାମଲାର ତଦନ୍ତ ଯେତିକି ଆଗଉଛି, ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହା ମଧ୍ୟରେ ରାଜନୈତିକ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଜେପି ସାଂସଦ ପ୍ରଦୀପ ପୁରୋହିତ ପୂର୍ବ ସରକାରର ମନ୍ତ୍ରୀ ଓ ବିଧାୟକଙ୍କୁ ଏହି ବିବାଦକୁ ଟାଣିଛନ୍ତି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି।
ଶ୍ରୀ ପୁରୋହିତ ନାଁଁ ନ ନେଇ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍‌ ଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ପୂର୍ବ ସରକାରରେ ଶିଳ୍ପ ବିଭାଗ ପକ୍ଷରୁ ସବୁ ନିୟମ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍‌ ହୋଇଛି, ତେବେ ଯାହାଙ୍କ ଲିଙ୍କ୍‌ ଥିଲା ସେମାନେ ସମସ୍ତେ ଅଭିଯୁକ୍ତ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା କଥା। ଅନ୍ୟପକ୍ଷରେ ଭଦ୍ରକ ଜିଲାର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍‌ ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ସଠିକ୍ ଦିଗରେ ତଦନ୍ତ କରିବେ ଏବଂ ଏଥିରେ ସମ୍ପୃକ୍ତ ବଡ଼ବଡ଼ିଆ ଧରାପଡ଼ିବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି। ପ୍ରଦୀପଙ୍କ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ, ଅଭିଯୋଗ ଭିତ୍ତିହୀନ। ଯେଉଁମାନଙ୍କ ଲିଙ୍କ୍‌ ଅଛି, ସାମ୍ନାକୁ ଅଣାଯାଉ। ସେମାନେ ସରକାରରେ ଅଛନ୍ତି, କାର‌୍ୟ୍ୟାନୁଷ୍ଠାନ ନେଇପାରିବେ। କେବଳ ବୟାନବାଜିରେ ସେମାନେ ପାରଙ୍ଗମ ଓ ଅନ୍ୟକୁ ଦୋଷ ଲଦିବାରେ ବ୍ୟସ୍ତ। କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି ଯେ, ଭଦ୍ରକବାସୀ ଜାଣିବା ଦରକାର କେଉଁ ବିଧାୟକଙ୍କ ସମ୍ପୃକ୍ତି ରହିଛି। ଜିଲାରେ ସମ୍ପୃକ୍ତ ବିଧାୟକ ଠକ ଯୋଡ଼ିକୁ ବିଭିନ୍ନ କାମ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ ଓ ଜ୍ବାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ କୁମାର ମହାନ୍ତି ଏବେ କାରାଗାରରେ ଥିବାବେଳେ ଅଧିକ ତଦନ୍ତ ଜାରି ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories