www.samajalive.in
Friday, December 5, 2025
26.1 C
Bhubaneswar

ସ୍ବାମୀ ବିବେକାନନ୍ଦ ଚିରଞ୍ଜୀବୀ ଚେତନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବରଂ ଏକ ଚିରଞ୍ଜୀବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟାତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଭୁବନେଶ୍ବର ରାମକୃଷ୍ଣ ମିଶନରେ ଅନୁଷ୍ଠିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ବୀ, ବାଗ୍ମୀ ଓ ମହାନ ସଂଗ୍ରାମୀ ସନ୍ନ୍ୟାସୀ ଭାବେ ଅମଳିନ ରହିଛି। ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ନ୍ୟାସୀ, ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ ଆମ ଯୁବ ସମାଜର। ଆମ ଦେଶ ତଥା ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ଆମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବିଶ୍ବସ୍ତରରେ ପ୍ରତିଷ୍ଠିତ କରିବାକୁ ସଂକଳ୍ପ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯୁବ ସମାଜକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ଭାରତୀୟ ଯୁବ ସମାଜ ପାଇଁ ଏକ ଅଦ୍ବିତୀୟ ପ୍ରେରଣା ହେଉଛନ୍ତି ସ୍ବାମୀ ବିବେକାନନ୍ଦ। ସ୍ବାମିଜୀ ଭାରତବର୍ଷର ଆତ୍ମାକୁ ଜାଗରିତ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କମ୍ ବୟସରୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ସେ ପରାମର୍ଶ ଦେଇଥିଲେ। ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ସ୍ବାମୀ ବିବେକାନନ୍ଦ ଥିଲେ ଭାରତୀୟ ଯୁବ ସମାଜର ପ୍ରତୀକ। ଚିକାଗୋରେ ସ୍ୱାମୀଜୀଙ୍କ ତିନି ମିନିଟର ବକ୍ତବ୍ୟ ତାଙ୍କୁ ବିଶ୍ବବିଖ୍ୟାତ କରିଦେଇଥିଲା। ଭାରତର ଯୁବ ନେତୃତ୍ବକୁ ସେ ଚିକାଗୋରେ ପ୍ରତିପାଦିତ କରିଥିଲେ। ଡିଏଭି ପୋଖରିପୁଟର ଛାତ୍ର ଜଗଦୀଶ ଆଚାର୍ଯ୍ୟ ସ୍ବାମୀଜୀଙ୍କ ସ୍ବଦେଶ ମନ୍ତ୍ର ସମସ୍ତଙ୍କୁ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନର ସମ୍ପାଦକ ତଥା ଅଧ୍ୟକ୍ଷ ସ୍ବାମୀ ଆତ୍ମା ପ୍ରଭାନନ୍ଦଜୀ ସ୍ବାଗତ ଭାଷଣ ଦେଇଥିଲେ। ବ୍ରଜକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories