ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ନାଇଟ କ୍ରିମ
ନିଜ ମୁହଁକୁ କାଗଜ ଭଳି ଗୋରା କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି। କେତେକ ଝିଅମାନଙ୍କୁ ଏପରି ମଧ୍ୟ ଇଚ୍ଛା ଥାଏ ଯେ, ତାଙ୍କ ମୁହଁ ହିରୋଇନ ମାନଙ୍କ ଭଳି ଉଜ୍ୱଳ ଦେଖାଯାଉ। ଏହି କାରଣରୁ ସଭିଏଁ ବହୁ ପ୍ରକାରର ବ୍ୟୁଟି ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ସେ ଯେପରି ଚାହାନ୍ତି ସେପରି ମିଳିନଥାଏ। ଜାଣନ୍ତୁ ଏପରି କ୍ରିମ ବିଷୟରେ ଯାହାକୁ ଲଗାଇବା ଦ୍ୱାରା ମୁହଁ ଉଜ୍ୱଳ ଓ ସୁନ୍ଦର ଦେଖାଯାଏ। ରାତି ସମୟରେ କ୍ରିମ ଲଗାଇଲେ ଏହା ମୁହଁ ପାଇଁ ଲାଭଦାୟକ ହୋଇଥାଏ। କାରଣ ଶୋଇବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଆରାମ ମିଳିଥାଏ। ଫଳରେ କ୍ରିମର ଭଲ ପ୍ରଭାବ ପଡ଼ିଥାଏ। ଘରୋଇ ଉପାୟ ଏକ କ୍ରିମ ପ୍ରସ୍ତୁତ କରି ଏହାକୁ ଲଗାଇଲେ ମୁହଁର ସୌନ୍ଦର୍ଯ୍ୟ ଦୁଇ ଗୁଣିତ ବଢିଯାଏ। ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ।
ଏହାକୁ ପ୍ରସ୍ତୁତ କରିବା ପାଇଁ ସେଓର ଆବଶ୍ୟକ ରହିଛି। ଏଥିରେ ଭିଟାମିନ ଏ, ବି ଓ ସି ରହିଛି।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସେଓକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏଥିରେ ଅଲିଭ ଅଏଲ ମିଶାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଏହି ମିଶ୍ରଣକୁ ପକାଇ ଅଳ୍ପ ଆଞ୍ଚରେ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଭଲ ଭାବେ ଥଣ୍ଡା କରି ଦିଅନ୍ତୁ। ଭଲ ଭାବେ ଥଣ୍ଡା ହେବା ପରେ ଏଥିରେ ୨ ଚାମଚ ଗୋଲାପ ଜଳ ମିଶାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନାଇଟ କ୍ରିମ।