www.samajalive.in
Sunday, December 14, 2025
16.1 C
Bhubaneswar

ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ, ହଂସିତା ଥିଲେ ସମିତିସଭ୍ୟା

ଭୁବନେଶ୍ଵର: ନୂଆପଲ୍ଲୀ ଥାନା ଅଧୀନ ୟୁନିଟ୍‌-୮ରେ ଅନିଲଙ୍କ ଘର। ବିଜେବି କଲେଜରେ ପାଠ ପଢ଼ୁଥିଲେ। ତମାଣ୍ଡୋ ଅଞ୍ଚଳରେ ସେ ବିବାହ କରିଥିଲେ। ସେ ଦୁଇ ଭାଇଙ୍କ ସହିତ ମିଶି ରହୁଥିଲେ। ପ୍ରଥମେ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ। ପରେ ଏକ ତେଜରାତି ଦୋକାନ ଖୋଲିଥିଲେ। ଏସବୁ ବ୍ୟବସାୟ ବନ୍ଦ କରି ଏକ ଜଣାଶୁଣା ଖଣି କମ୍ପାନୀରେ ଚାକିରି କରିଥିଲେ। କିଛି ବର୍ଷର ଚାକିରି ପରେ ଉକ୍ତ ଖଣି କମ୍ପାନୀର ଦୁଇଟି ସଂସ୍ଥାକୁ ସେ ବୁଝାସୁଝା କରୁଥିଲେ। ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡ଼ି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ। ଦାମୀ କାର୍‌ରେ ଘୂରି ବୁଲୁଥିଲେ। ମାତ୍ର ୨ ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଥିଲେ ଅନିଲ ଓ ହଂସିତା। ଏହା ପଛରେ କିଛି ରାଜନେତା ଓ ଶିକ୍ଷା ବ୍ୟବସାୟୀଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି। ଇନ୍‌ଫୋସିଟି ଥାନା ପୁଲିସ ଉଭୟଙ୍କୁ ଗିରଫ କରିବା ପରେ ତାଙ୍କ କଳାସାମ୍ରାଜ୍ୟ ପଦାକୁ ଆସିଥିଲା। ମାମଲାର ତଦନ୍ତରେ ସହଯୋଗ ଲାଗି ପୁଲିସ ଆୟକର ବିଭାଗର ସହଯୋଗ ଲୋଡ଼ିଥିଲା। ଆୟକର ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ମାମଲାର ତଦନ୍ତ ଲାଗି ଇଡି ପ୍ରସ୍ତୁତି ଚଳାଇଛି।

ସେହିପରି କଳାହାଣ୍ଡି ନର୍ଲାରେ ହଂସିତାଙ୍କ ଘର। ତାଙ୍କ ମୂଳ ନାଁ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍‌ଜିରେ ସେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ। ଦିଲ୍ଲୀରୁ ଫେରି କନ୍ଧମାଳର ଜଣେ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିଲେ। ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ପରିବର୍ତ୍ତନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories