www.samajalive.in
Sunday, December 14, 2025
15.1 C
Bhubaneswar

ରୋହିତ-କୋହଲିଙ୍କ ଭବିଷ୍ୟତ ସ୍ଥିର କରିପାରେ ଚମ୍ପିଆନ୍ସ ଟ୍ରଫି

ସମାଜ ଡିଜିଟାଲ ଡେସ୍କ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ୧-୩ରେ ପରାଜିତ ହେଲା। ଏହା ସହିତ ଭାରତୀୟ ଟିମ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ବି ହାତଛଡ଼ା କଲା। ଏପରି କି ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନଶିପର ଫାଇନାଲରେ ବି ପହଞ୍ଚି ପାରି ନ ଥିଲା। ଏସବୁ ଭିତରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରବିବାର ମୁମ୍ବଇରେ ସମୀକ୍ଷା ବୈଠକ ଡକାଇଥିଲା। ବୈଠକରେ ବିଗତ ଦିନରେ ଭାରତର ଖରାପ ପ୍ରଦର୍ଶନ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳ କ’ଣ ପାଇଁ ନୈରାଶ୍ୟଜନକ ପ୍ରଦର୍ଶନ କଲା ତହାର ସମୀକ୍ଷା କରିବା ଲାଗି ବୈଠକ ଡକାଯାଇଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ଗୌତମ ଗାମ୍ଭୀର, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି, ସମ୍ପାଦକ ଦେବଜିତ ସୈକିୟା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସାମିଲ ହୋଇଥିଲେ। ପ୍ରାୟ ୨ ଘଣ୍ଟା ଧରି ବୈଠକ ଚାଲିଥିଲା। ବୈଠକରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଦର୍ଶନ ଉପରେ ବି ଆଲୋଚନା ହୋଇଥିଲା। ନ୍ୟୁଜିଲାଣ୍ଡଠାରୁ ଭାରତୀୟ ଦଳ ଘରୋଇ ମାଟିରେ ୦-୩ରେ ଟେଷ୍ଟ ସିରିଜ ହାରିଥିଲା।

- Advertisement -

ସୂତ୍ର ଅନୁସାରେ, ସମୀକ୍ଷା ବୈଠକରେ ରୋହିତ ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହୋଇଛି। ଉଭୟଙ୍କୁ ପଡ଼ିଆରେ ଭଲ ପ୍ରଦର୍ଶନ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ଚମ୍ପିଆନ୍ସ ଟ୍ରଫିରେ ରୋହିତ ଅଧିନାୟକ ରହିପାରନ୍ତି। କିନ୍ତୁ ସେଥିରେ ପ୍ରଦର୍ଶନରେ ସୁଧାର ନ ଆସିଲେ ଅଧିନାୟକ ପଦ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରି ବି ରୋହିତ ଏବଂ କୋହଲିଙ୍କ ପ୍ରଦର୍ଶନ ଭଲ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ​‌ ବୋଲି କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories