www.samajalive.in
Sunday, December 14, 2025
16.1 C
Bhubaneswar

କଟକ ବିଜେପିରେ ଗୋଷ୍ଠୀ କନ୍ଦଳ

କଟକ: କଟକ ବିଜେପିରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି, ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଶନିବାର ଟାଙ୍ଗୀସ୍ଥିତ ଡ୍ରିମ୍‌ସ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବାବେଳେ ସ୍ବାଗତ କରିବାକୁ ଉପସ୍ଥିତ ଅରିନ୍ଦମ ରାୟ ଓ ହିମାଂଶୁ ମହାନ୍ତିଙ୍କ ସମର୍ଥକ ପରସ୍ପରକୁ ବିରୋଧ କରି ହାତାହାତି, ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଙ୍ଗୀ-କପିଳାସ ରୋଡ୍ ଦେଇ ଡ୍ରିମ୍‌ସକୁ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ବିଜେପି ନେତା ଓ କର୍ମୀମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ଛକମାନଙ୍କରେ ଉପସ୍ଥିତ ରହିଥିଲେ। ଆଠଗଡ଼ ବିଜେପି ନେତା ଅଭୟ ବାରିକ ବିଶିନାହାକାଣୀ ଛକରେ, ଚୌଦ୍ବାର କଟକ ପକ୍ଷରୁ ଶାଳଗାଁ ସରପଞ୍ଚ ପବିତ୍ର ମୋହନ ଉପାଧ୍ୟାୟ ବରପଦା ଛକ ଓ ଟାଙ୍ଗୀ-ସାଲେପୁର ନେତା ହିମାଂଶୁ ମହାନ୍ତି ଭଗତପୁର ଛକରେ ମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ହଜାର ହଜାର ସମର୍ଥକଙ୍କ ସହିତ ଉପସ୍ଥିତ ଥିଲେ। ବିଜେପି ନେତା ଅରିନ୍ଦମ ରାୟ ଓ ଚୌଧୁରୀ ହେମନ୍ତ କୁମାର ସାହୁ ଶୋଭାଯାତ୍ରାରେ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ। ହେଲେ ହିମାଂଶୁଙ୍କ ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ଅରିନ୍ଦମଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା, ମାରପିଟ୍ ଆରମ୍ଭ ହୋଇଯାଇଥିଲା। ଯାହା ଫଳରେ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଘଟଣା ସ୍ଥଳରେ ପହଞ୍ଚି ମାରପିଟକୁ ଆୟତ୍ତ କରିଥିଲେ। ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories