www.samajalive.in
Sunday, December 14, 2025
23.1 C
Bhubaneswar

ଲୁହରେ ଭିଜୁଛି ରାଧାଙ୍କ ଆଖି, ଗୋପପୁରରେ ଶୋକାକୂଳ ପରିବେଶ

ଡେସ୍କ: ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଆଜି ନବମ ଦିନରେ କୃଷ୍ଣ ଓ ବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୂର ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି। ସାରା ଗୋପପୁରରେ ଶୋକାକୂଳ ପରିବେଶ। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନନ୍ଦରାଜା, ଯଶୋଦା, ଗୋପୀ ଓ ରାଧା ଅଶ୍ରୁଳ ବିଦାୟ ଦେଇଛନ୍ତି। ଏମିତି କିଛି ପୌରାଣିକ କଥାବସ୍ତୁକୁ ନେଇ ଆଜି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଂଗମଂଚ ବରଗଡ଼ ଧନୁଯାତ୍ରାରେ ଅତ୍ୟନ୍ତ ମାର୍ମିକ ଭାବେ ଅଭିନୀତ ହୋଇଛି କୃଷ୍ଣ ଓ ବଳରାମଙ୍କ ମଥୁରା ଯାତ୍ରା ଏବଂ ରାଧାଙ୍କୁ କୃଷ୍ଣଙ୍କ ଵୁଝାଇବାର ଦୃଶ୍ୟ।

କୃଷ୍ଣବଳରାମଙ୍କ ବିଦାୟ ପରେ ଗୋପପୁର ଖାଁ ଖାଁ ଲାଗୁଛି। ସମସ୍ତ ଗୋପୀ ଗୋପାଙ୍ଗନାମାନଙ୍କ ଆଖିରୁ ଲୁହ ଝରିଥିବା ବେଳେ ଏହାକୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ଦର୍ଶକ।

- Advertisement -

ଅନ୍ୟପକ୍ଷରେ ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଦରବାରରେ ରାଜଅତିଥି ପରମ୍ପରା କ୍ରମରେ ନବମ ଦିନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜଅତିଥି ଭାବେ ଯୋଗ ଦେଇଥିଲେ। ମଥୁରା ରାଜ୍ୟର ପ୍ରଜାମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ବିଶେଷ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ।

ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସିଆରପିଏଫ ଡିଆଇଜି ସଞ୍ଜୟ କୁମାର ସିଂ, ଦୈନିକ ସମାଜ ଖବରକାଗଜର ପ୍ରକାଶକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ରାଜଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ମହାରାଜ କଂସ ସମ୍ବର୍ଦ୍ଧିତ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories