www.samajalive.in
Friday, December 12, 2025
16.1 C
Bhubaneswar

ଆସାମ କୋଇଲା ଖଣି ଦୁର୍ଘଟଣା – ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ଆସାମରେ ମେଘାଳୟ ସୀମାନ୍ତ ଡିମା ହାସାଓ ଜିଲ୍ଲାର ଉମରାଙ୍ଗସୋଠାରେ ବନ୍ୟାଗ୍ରସ୍ତ କୋଇଲା ଖଣି ଭିତରେ ଫସି ରହିଥିବା ଆଉ ୫ ଜଣ ଖଣି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା, ସେନା, ଏନଡିଆରଏଫ, ଏସଡିଆରଏଫ, ଓଏନଜିସି, କୋଲ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଅବଶିଷ୍ଟ କୋଇଲା ଖଣି ଶ୍ରମିକଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଶନିବାର ଉଦ୍ଧାରକାରୀ ଦଳ ପ୍ରାୟ ୧୫୦ ଘଣ୍ଟା ପରେ ଖଣିରୁ ୩ଟି ମୃତଦେହ ଉଦ୍ଧାର କରିଛନ୍ତି।

ସୋମବାର ସକାଳେ କୋଇଲା ଖଣିରେ ହଠାତ୍ ପାଣି ପଶିଯିବାରୁ ଖଣି ଭିତରେ ଶ୍ରମିକମାନେ ଫସି ରହିଥିଲେ। ମୃତକମାନେ ହେଲେ ଗଙ୍ଗା ବାହାଦୁର, ଲିଜେନ ମଗର, ଖୁସି ମୋହନ ଓ ଶରତ ଗୋୟାରୀ। ଗଙ୍ଗା ବାହାଦୁର ଜଣେ ନେପାଳୀ ନାଗରିକ। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଖଣି ବ୍ଲକ ଲିଜ ନେଇଥିବା ପୁନୁଷ ନୁନିସା ଏବଂଜଣେ କର୍ମଚାରୀ ହନାନ ଲସ୍କରକୁ ପୁଲିସ ଗିରଫ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories