www.samajalive.in
Sunday, December 14, 2025
16.1 C
Bhubaneswar

ଲିଭ୍‌ ଇନ ସାଥୀଙ୍କୁ ହତ୍ୟା କରି ଫ୍ରିଜରେ ରଖିଥିଲେ ଯୁବକ, ମାତ୍ରାଧିକ ବିଦ୍ୟୁତ ବିଲ୍‌ରୁ ସାମ୍ନାକୁ ଆସିଲା ହତ୍ୟାକାଣ୍ଡ

ସମାଜ ଡିଜିଟାଲ ଡେସ୍କ: ନିଜର ଲିଭ୍‌ ଇନ ସାଥୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୬ ମାସ ପର୍ଯ୍ୟନ୍ତ ଫ୍ରିଜରେ ଲୁଚାଇ ରଖିଥିଲେ ଯୁବକ। ପାଖରେ ରୁମରେ ଲୋକେ ରହୁଥିଲେ ମଧ୍ୟ କେହି ଜାଣିପାରି ନ ଥିଲେ। ମାତ୍ରାଧିକ ବିଦ୍ୟୁତ ବିଲ୍‌ ଆସିବାରୁ ଘର ଯାଞ୍ଚ ବେଳେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ। ଶେଷରେ ୬ ମାସ ପରେ ପୁଲିସ ମୃତଦେହ ଜବତ କରିଛି। ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଦେୱାସ ଅଞ୍ଚଳରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ହତ୍ୟାର ଶିକାର ଯୁବତୀ ଜଣକ ହେଲେ ପ୍ରତିଭା ପ୍ରଜାପତି। ପୁଲିସ ତାଙ୍କ ପୁରୁଷ ବନ୍ଧୁ ସଞ୍ଜୟ ପଟିଦାରଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଦେୱାସର ବୃନ୍ଦାବନ ଧାମରେ ଧୀରେନ୍ଦ୍ର ଶ୍ରୀବାସ୍ତବ ନାମକ ଜଣେ ବ୍ୟବସାୟୀଙ୍କର ୨ ମହଲା କୋଠା ରହିଛି। ସେ ୬ ମାସ ହେବ ଦୁବାଇରେ ଅଛନ୍ତି। ଉପର ମହଲାକୁ ଧୀରେନ୍ଦ୍ର ନିଜେ ରଖିଥିବାବେଳେ ତଳ ମହଲାକୁ ଭଡ଼ା ଦେଇଥିଲେ। ଗତ ୨୦୨୪ ଜୁଲାଇରେ ଉଜ୍ଜୈନର ବଲବୀର ରାଜପୁତ ତଳ ମହଲାକୁ ଭଡ଼ାରେ ନେଇଥିଲେ। ସେଥିରେ ୩ଟି ରୁମ ରହିଥିଲା। ଏହାର କିଛିଦିନ ପୂର୍ବରୁ ସଞ୍ଜୟ ଏସବୁ ରୁମକୁ ଭଡ଼ାରେ ନେଇ ରହୁଥିଲେ। ବଲବୀର ଆସିବା ପରେ ଗୋଟିଏ ରୁମରେ ରହିଥିଲେ। ଅନ୍ୟ ୨ଟି ରୁମକୁ ସେ ବ୍ୟବହାର କରୁ ନ ଥିଲେ। ସେଥିରୁ ଗୋଟିଏ ରୁମକୁ ସଞ୍ଜୟ ତାଲା ପକାଇ ରଖିଥିଲେ। ସେଥିରେ କିଛି ବ୍ୟବହୃତ ସାମଗ୍ରୀ ରଖିଥିଲେ। ତେଣୁ ପ୍ରତି ୧୫ ଦିନରେ ସେ ଏଠାକୁ ଆସୁଥିଲେ। ନିଜ ଜିନିଷପତ୍ର ନେଇଯିବେ ବୋଲି ମାଲିକକୁ କହିଥିଲେ। କିନ୍ତୁ ତାହାକୁ ନେଉ ନ ଥିଲେ। ଅନ୍ୟପଟେ ବଲବୀର ତଳ ମହଲା ଭଡ଼ା ନେଇଥିବାରୁ ସେ ମାଲିକଙ୍କୁ ଅନ୍ୟ ୨ଟି ରୁମ ଖାଲି କରାଇବାକୁ କହିଥିଲେ। କାରଣ ଅନେକ ଦିନ ଧରି ସଞ୍ଜୟ ଆଉ ଆସୁ ନ ଥିଲେ। ସେପଟେ ସ୍ବଳ୍ପ ବିଜୁଳି ବ୍ୟବହାର ସତ୍ବେ ବିଲ୍‌ ଅଧିକ ଆସୁଥିବାରୁ ତାହା ବଲବୀରଙ୍କୁ ଚିନ୍ତାରେ ପକାଇଥିଲା। ଶେଷରେ ସେ ଗତ ଗୁରୁବାର ଦିନ ଉକ୍ତ ରୁମର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ରୁମରେ ଥିବା ଫ୍ରିଜ ଚାଲୁ ରହିଥିଲା। ତେଣୁ ସେ ତାହାକୁ ବନ୍ଦ କରିଦେଇଥିଲେ। ସର୍ବଦା ଫ୍ରିଜ ଚାଲୁଥିବାରୁ ଅଧିକ ବିଦ୍ୟୁତ ବିଲ୍‌ ଆସୁଛି ବୋଲି ବି ସେ ଜାଣିବାକୁ ପାଇଲେ। ଏହା ପରେ ରୁମ ବନ୍ଦ କରି ଚାଲି ଆସିଲେ। ହେଲେ ଶୁକ୍ରବାର ସକାଳେ ସେହି ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ପଡ଼ୋଶୀମାନେ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡ଼ିଥିଲେ। ତେଣୁ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉକ୍ତ ରୁମ ଆଡକୁ ଯାଇଥିଲା। ଶେଷରେ ପୁଲିସ ଫ୍ରିଜକୁ ଖୋଲିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

- Advertisement -

ତଦନ୍ତ ପରେ ପୁଲିସ ତୁରନ୍ତ ସଞ୍ଜୟଙ୍କୁ ଖୋଜି ଗିରଫ କରିଥିଲା। ପଚରାଉଚରା ବେଳେ ସଞ୍ଜୟ ସବୁ ସତ ମାନିଥିଲା। ସେ ପ୍ରତିଭାଙ୍କ ସହିତ ଏଠାରେ ଲିଭ୍‌ ଇନରେ ରହୁଥିଲେ। ସେ ବିବାହିତ ଥିଲେ। ତାଙ୍କର ପତ୍ନୀ ଓ ୨ ସନ୍ତାନ ଅଛନ୍ତି। କିନ୍ତୁ ପ୍ରତିଭା ତାଙ୍କୁ ବିବାହ କରିବାକୁ ଜିଦ କରୁଥିଲେ। ଘଟଣା ଦିନ ସଞ୍ଜୟ ପ୍ରଥମେ ପ୍ରତିଭାଙ୍କୁ ସମ୍ପର୍କ ଚ୍ଛିନ୍ନ କରିବାକୁ ବହୁତ ବୁଝାଇଥିଲେ। କିନ୍ତୁ ସେ ନ ମାନିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ନିଜର ଜଣେ ବନ୍ଧୁ ସହାୟତାରେ ପ୍ରତିଭାଙ୍କ ମୃତଦେହକୁ ବେଡ୍‌ଶିଟରେ ଗୁଡ଼ାଇ ଫ୍ରିଜ ଭିତରେ ରଖି ଚାଲିଯାଇଥିଲେ। ପ୍ରତି ୧୫ ଦିନରେ ଥରେ ଆସି ମୃତଦେହ ଦେଖୁଥିଲେ। ପଡ଼ୋଶୀ ପ୍ରତିଭାଙ୍କ ବିଷୟରେ ପଚାରିଲେ ସେ ବାପଘରକୁ ଯାଇଛି ବୋଲି ସଞ୍ଜୟ ଉତ୍ତର ଦେଉଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories