www.samajalive.in
Sunday, December 14, 2025
14.1 C
Bhubaneswar

ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ରେ ନିକଟରେ ମୁକେଶ ଚନ୍ଦ୍ରାକର ନାମକ ସାମ୍ବାଦିକଙ୍କୁ ହତ୍ୟା ଘଟଣା ମନରୁ ଲିଭି ନ ଥିବାବେଳେ ଆଉ ଜଣେ ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା କରାଯାଇଛି। ସୁରଜପୁର ଜିଲାରେ ଏହି ଘଟଣା ଘଟିଛି। ଜାତୀୟ ହିନ୍ଦୀ ଚ୍ୟାନେଲ ଆଜତକ୍‌ର ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ପରିବାରକୁ ହତ୍ୟା କରାଯାଇଛି। ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ସନ୍ତୋଷଙ୍କ ମା’-ବାପା ଏବଂ ଭାଇ ରହିଛନ୍ତି।

ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ସନ୍ତୋଷଙ୍କ ମା’-ବାପା ଓ ଭାଇ କ୍ଷେତରେ କାମ କରୁଥିବାବେଳେ ତାଙ୍କ ଦାଦା ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ମିଶି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories