www.samajalive.in
Monday, December 8, 2025
24.1 C
Bhubaneswar

ଗମ୍ଭୀରଙ୍କ ବିଶ୍ବକପ୍‌ ଦଳରେ ଅଶ୍ବିନ୍‌, ହାର୍ଦିକ

ନୂଆଦିଲ୍ଲୀ : ଆସନ୍ତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ କ୍ରିକେଟ୍‌ ବିଶ୍ବକପ୍‌। ଏହି ବିଶ୍ବକପ୍‌ ନିମନ୍ତେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଗୌତମ ଗମ୍ଭୀର ନିଜ ପସନ୍ଦର ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଘୋଷିତ ଦଳରେ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରିଛନ୍ତି ଗମ୍ଭୀର। ଦଳର ଓପନର୍‌ ଭାବେ ଶିଖର ଧାୱନ୍‌ ଓ ରୋହିତ ଶର୍ମାଙ୍କୁ ଗମ୍ଭୀର ମନୋନୀତ କରିଥିବା ବେଳେ ୩ନଂ ସ୍ଥାନରେ କେଏଲ୍‌ ରାହୁଲ ଓ ୪ନଂରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବା ଉଚିତ୍‌ ବୋଲି ଗମ୍ଭୀର ଦର୍ଶାଇଛନ୍ତି। ଦଳର ୱିକେଟରକ୍ଷକ ଭାବେ ମହେନ୍ଦ୍ର ସିଂ ଧୋନି ଓ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଥିବା ବେଳେ ଋଷଭ ପନ୍ତ୍‌ଙ୍କୁ ବାଦ୍‌ ଦିଆଯାଇଛି। ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ୍‌ ଓ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ଗମ୍ଭୀର।
ଗମ୍ଭୀରଙ୍କ ଏକାଦଶ : ରୋହିତ ଶର୍ମା, ଶିଖର ଧାୱନ୍‌, କେଏଲ୍‌ ରାହୁଲ, ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂ ଧୋନି, ଅମ୍ବାତି ରାୟୁଡୁ, କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଯଶପ୍ରୀତ୍‌ ବୁମରା, ମହମ୍ମଦ ସାମି, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ୟୁଜବେନ୍ଦ୍ର ଚହଲ୍‌ ଓ କୁଲଦୀପ ଯାଦବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories