www.samajalive.in
Monday, December 8, 2025
17.1 C
Bhubaneswar

ମୋବାଇଲ ପାଇଁ ଛାତ୍ରକୁ ଛୁରାମାଡ଼

ଯୋଡା : ମଙ୍ଗଳବାର ସକାଳେ ଜନଗହଳିପୂର୍ଣ୍ଣ ବସ୍‍ଷ୍ଟାଣ୍ଡରେ ମୋବାଇଲ ପାଇଁ କେତେକ ଦୁର୍ବୃତ୍ତ ଜଣେ ଛାତ୍ରକୁ ଛୁରାମାଡ଼ କରିଛନ୍ତି। ସ୍କୁଲ ଯିବା ନିମନ୍ତେ ବସ୍‍କୁ ଅପେକ୍ଷା କରିଥିବା ଏହି ଛାତ୍ରର ମୋବାଇଲ ଦୁର୍ବୃତ୍ତମାନେ ଲୁଟ୍‍ କରିବାକୁ ଉଦ୍ୟମ କରୁଥିବାବେଳେ ଛାତ୍ରଜଣକ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାକୁ ଛୁରାମାଡ କରିଥିଲେ। ଫଳରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା ଷ୍ଟିଲ୍‍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଯୋଡା ପୌରାଞ୍ଚଳର ୧୦ ନମ୍ବର ୱାର୍ଡର ଓସ୍‍ ନନ୍ଦା ବଡବିଲ ସେଣ୍ଟ୍‍ମେରୀ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର। ଯୋଡାରୁ ବିଦ୍ୟାଳୟକୁ ପ୍ରତ୍ୟହ ବସ୍‍ ଯୋଗେ ଓସ୍‍ ଯିବାଆସିବା କରନ୍ତି। ଅନ୍ୟ ଦିନ ଭଳି ଓସ୍‍ ମଙ୍ଗଳବାର ବିଦ୍ୟାଳୟକୁ ଯିବା ନିମନ୍ତେ ସକାଳ ପ୍ରାୟ ସାଢେ ୬.୩୦ରେ ବସ୍‍କୁ ଅପେକ୍ଷା କରିଥିବା ସମୟରେ ଜଣେ ଦୁର୍ବୃତ୍ତ ଫୋନ କରିବା ବାହାନାରେ ଓସ୍‍ର ମୋବାଇଲ୍‍କୁ ମାଗିଥିଲା। ପରେ ମୋବାଇଲକୁ ଓସ ଦୁର୍ବୃତ୍ତ ଜଣଙ୍କୁ ଦେବାପରେ ସେ ଏହାକୁ ପକେଟରେ ରଖି ଘଟଣାସ୍ଥଳରୁ ଖସିଯିବା ନିମନ୍ତେ ଉଦ୍ୟମ କରିଥିଲା। ତେବେ ଓସ୍‍ ନିଜ ମୋବାଇଲ ମାଗିବାରୁ ଦୁର୍ବୃତ୍ତ ଜଣଙ୍କ ଛୁରି ଦ୍ୱାରା ତାକୁ ଆକ୍ରମଣ କରିଥିଲା। ପାଟିତୁଣ୍ଡ ଶୁଣି ବସ୍‍ଷ୍ଟାଣ୍ଡରେ ଉପସ୍ଥିତ ଥିବା ଯାତ୍ରୀ ଓ ଦୋକାନୀ ଘଟଣା ସ୍ଥଳରେ ପହଞ୍ଚିବାର ଦେଖି ଦୁର୍ବୃତ୍ତ ଜଣକ ମୋବାଇଲକୁ ଫୋପାଡି ଆଖିପିଛୁଳାକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଆକ୍ରମଣରେ ଆହତ ଓସ୍‍କୁ ତୁରନ୍ତ ଯୋଡା ଟାଟା ଷ୍ଟିଲ୍‍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ଓସ୍‍ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଯୋଡା ପୁଲିସ ଦୁର୍ବୃତ୍ତକୁ ଠାବ କରିବା ନିମନ୍ତେ ତନାଘନା ଉଦ୍ୟମ ଚଳାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories