www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତର ପ୍ରଦେଶରେ ଉରି’ ଚଳଚ୍ଚିତ୍ରରୁ ଆଦାୟ ହେବନି ଜିଏସ୍‌ଟି

ଲକ୍ଷ୍ମୌ..-  ଉତ୍ତର ପ୍ରଦେଶରରେ ଉରି’ ଦି ସର୍ଜିକାଲ ଷ୍ଟ୍ରାଇକ୍‌ ସିନେମାରୁ ଜିଏସ୍‌ଟି ଆଦାୟ ହେବାନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବିଷୟରେ ଘୋଷଣା କରିଛନ୍ତି । ମଙ୍ଗଳବାରରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କର କ୍ୟାବିନେଟ ପ୍ରୟାଗରାଜରେ କ୍ୟାବିନେଟ ବୈଠକ କରିଥିଲେ ।  ଏହା ଯୋଗୀ ଆଦିତ୍ୟନାଥ ସରକାରଙ୍କର ଲକ୍ଷ୍ମୌ ବାହାରେ ପ୍ରଥମ ବୈଠକ । ଏହାପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ ବୈଠକ ପରେ ଗଙ୍ଗାରେ ବୁଡ ପକାଇଛନ୍ତି । କ୍ୟାବିନେଟ ବୈଠକରେ ଉରି  ଦି ସରଜିକାଲ ଷ୍ଟ୍ରାଇକ୍‌ ସିନେମାରୁ  ଜିଏସ୍‌ଟି ଆଦାୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

୨୦୧୬ ମସିହାରେ ଉରି ସେନା ଛାଉଣୀ ଉପରେ ହୋଇଥିବା ଆକ୍ରମଣ ପରେ  ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଭାରତ ପକ୍ଷରୁ  ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା ।  ସେହି କାହାଣୀ କୁ ନେଇ ଉରି ସିନେମା ନିର୍ମାଣ କରାଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories