www.samajalive.in
Monday, December 8, 2025
24.1 C
Bhubaneswar

ଛତିଶଗଡ଼ରେ ଗୁଳିବିନିମୟ, ୩ ମାଓବାଦୀ ନିପାତ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ସୁକମା ଏବଂ ବିଜାପୁର ସୀମାନ୍ତ ଜଙ୍ଗଲରେ ଗୁରୁବାର କୋମ୍ବିଂ ଅପରେସନ ବେଳେ ଗୁଳିବିନିମୟ ଘଟିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ୩ ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୯ ଯବାନ ସହିଦ ହୋଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଗୁରୁବାର ସକାଳେ ଜଙ୍ଗଲରେ ୨୦ରୁ ଅଧିକ ମାଓବାଦୀ ଲୁଚିଥିବା ଏକ ସ୍ଥାନକୁ ଯବାନମାନେ ଘେରିଯାଇଥିଲେ। ଏହା ପରେ ୪ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ଖବର ମିଳିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories