www.samajalive.in
Sunday, December 7, 2025
15.1 C
Bhubaneswar

ମିଶ୍ରୀର ୫ଟି ଔଷଧୀୟ ଗୁଣ

ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇ ସାରିବା ପରେ ମିଶ୍ରୀ ଓ ପାନମହୁରୀ/ପାନମଧୁରୀ ଖାଇବାକୁ ଦିଆଯାଏ । ଏହି ଦୁଇଟିକୁ ମାଉଥ୍ ଫ୍ରେଶନର ଭାବେ ବ୍ୟବହାର କରାଯାଏ । ହେଲେ ମିଶ୍ରୀ ଶରୀରକୁ ଅନେକ ସୁଫଳ ଦେଇଥାଏ । ନିୟମିତ ଖାଦ୍ୟ ତାଲିକାରେ ମିଶ୍ରୀ ସାମିଲ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ମିଶ୍ରୀର ଔଷଧୀୟ ଗୁଣ ବିଷୟରେ….

ଥଣ୍ଡା-କାଶ : ବର୍ଷା ବା ଶୀତ ଋତୁରେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । ଏହି ସମୟରେ ଥଣ୍ଡା ଓ କାଶ ହେବା ସାଧାରଣ କଥା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଶ୍ରୀକୁ ପେସି ପାଉଡର ପ୍ରସ୍ତୁତ କରନ୍ତୁ । ସେଥିରେ ଗୋଲ ମରିଚ ପାଉଡର ଓ ଘିଅ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏତତ୍ ବ୍ୟତୀତ ମିଶ୍ରୀ ପାଉଡର ଓ  ଗୋଲ ମରିଚ ପାଉଡରକୁ ନଖ ଉଷୁମ ପାଣିରେ ମଧ୍ୟ ସେବନ କରି ପାରିବେ ।

- Advertisement -

ହିମୋଗ୍ଲୋବିନ ସ୍ତରକୁ ସଠିକ୍ କରିଥାଏ : ଶରୀରରେ ହିମୋଗ୍ଲୋବିନ ସ୍ତର କମ୍ ହେବା ଦ୍ବାରା ରକ୍ତ ଅଭାବ ଦେଖା ଯାଇଥାଏ । କୌଣସି କଠିନ କାର୍ଯ୍ୟ ନ କରିବା ସତ୍ତ୍ବେ ଥକ୍କାପଣ ଅନୁଭବ ହୋଇଥାଏ ।  ମୁଣ୍ଡ ବୁଲାଇବା ସହ କେତେକଙ୍କ ରଙ୍ଗ ଛେତା ପଡି ଯାଇଥାଏ । ମିଶ୍ରୀରେ ଏହି ସମସ୍ତ ସମସ୍ୟାର ସମାଧନ ରହିଛି । ନିୟମିତ ମିଶ୍ରୀ ସେବନ କରିବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି ହୋଇଥାଏ । ଏହା ରକ୍ତସଞ୍ଚାଳନ ସଠିକ୍ ରହିଥାଏ ।

pic courtesy only my health

ହଜମ ପ୍ରକ୍ରିୟା ସଠିକ କରିଥାଏ : ମିଶ୍ରୀ ସହ ପାନମହୁରୀ/ପାନମଧୁରୀ ସେବନ କରିବା ଦ୍ବାରା ହଜମ ପ୍ରକ୍ରିୟା ସଠିକ ରହିଥାଏ । ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ସେଥିପାଇଁ ଖାଦ୍ୟ ଗ୍ରହଣ ପରେ ମିଶ୍ରୀ ଅବଶ୍ୟ ଖାଆନ୍ତୁ ।

ଶକ୍ତି ଅଭିର୍ଦ୍ଧକ : ମିଶ୍ରୀ ପାଟିକୁ ମିଠା ଲାଗିବା ସହ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ପାନମହୁରୀ/ପାନମଧୁରୀ ସହ ମିଶ୍ରୀ ସେବନ କରିବା ଦ୍ବାରା ମୁଡ୍ ଠିକ୍ ରହିବା ସହ ଶରୀରକୁ ଶକ୍ତି ମିଳିଥାଏ ।

ନାକରୁ ରକ୍ତ ବାହାରିବା ସମସ୍ୟା: କେତେକ ଲୋକଙ୍କ ନାକରୁ ରକ୍ତ ବାହାରିଥାଏ । ମିଶ୍ରୀ ଏଭଳି ସମସ୍ୟାରୁ ତୁରନ୍ତ ଉପଶମ ଦେଇଥାଏ । ଖରା ଦିନରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories