www.samajalive.in
Monday, December 8, 2025
27.1 C
Bhubaneswar

ଏଚ୍‌ଏମ୍‌ପିଭିକୁ ନେଇ ଭୟ କରନ୍ତୁ ନାହିଁ: ସ୍ଵାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର : କର୍ଣ୍ଣାଟକ , ଗୁଜୁରାଟ ଏବଂ ତାମିଲନାଡୁ ପରେ ମହାରାଷ୍ଟ୍ରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଆଜି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି।  ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ରହିଥିଲେ। ବୈଠକ ପରେ ସ୍ଵାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଓଡିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେଣୁ କେହି ଭୟଭୀତ ହୁଅନ୍ତୁ ନାହିଁ।  ଭାରତ ସରକାରଙ୍କର ଯାହା ଗାଇଡ ଲାଇନ୍ ଆସିବ, ତାହା ପାଳନ କରାଯିବ। ଦେଶରେ ସେପରି ସ୍ଥିତି ନାହିଁ , ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି। ସବୁ ମେଡିକାଲ କଲେଜ ସହ ମୁଁ କଥା ହୋଇସାରିଛି। ଯଦି କିଛି ସମସ୍ୟା ଉପୁଜେ, ତେବେ ରାଜ୍ୟ ଏବଂ କେନ୍ଦ୍ର ମିଳିତ ଭାବେ ଏହାର ମୁକାବିଲା କରିବେ। ଥଣ୍ଡା, ଜ୍ବର ଏବଂ କାଶ ହେଲେ ତୁରନ୍ତ ଏହାର ଚିକିତ୍ସା କରାନ୍ତୁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories