ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଧ୍ୟାପକ ଗିରଫ
କେନ୍ଦୁଝରଗଡ : କେନ୍ଦୁଝର ସହର ଉପକଣ୍ଠ ଜାମୁନାଳିଆ ସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷ ଛାତ୍ରୀକୁ ସମ୍ପୃକ୍ତ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଅମୀୟ ଭୂଷଣ ବାଗ ଯାଦବ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୋମବାର ଟାଉନ ଥାନା ପୁଲିସ ଗିରଫ କରିଛି। ଅଧ୍ୟାପକ ବାଗ ଯାଦବ ସୋମବାର ଅପରାହ୍ନରେ ଛାତ୍ରୀ ଜଣକ ରହୁଥିବା ମେସରେ ପହଞ୍ଚି ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ।
ଏହି ସମୟରେ ପୀଡ଼ିତା ଛାତ୍ରୀ ଜଣକ ପ୍ରତିବାଦ କରିବା ସହ ଚିତ୍କାର କରିବାରୁ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଦୁଷ୍କର୍ମ ଉଦ୍ୟମକାରୀ ଅଧ୍ୟାପକଙ୍କୁ କାବୁ କରିଥିଲେ। ପୀଡ଼ିତା ଛାତ୍ରୀ ଏନେଇ ଟାଉନ ଥାନାରେ ଅପରାହ୍ନ ତିନିଟାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି ଅଧିକ ପଚରଉଚରା ଜାରି ରଖିଛି। ଏଥିସହ ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଥିବାବେଳେ ଅଭିଯୁକ୍ତ ଗିରଫ ଅଧ୍ୟାପକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।
Comments are closed.