ସବୁ ବୟସ ବର୍ଗର ଲୋକଙ୍କୁ ଏଚଏମପିଭି ଭୂତାଣୁ ଆକ୍ରାନ୍ତ କରିପାରେ, ସରକାର ରଖିଛନ୍ତି ତୀକ୍ଷ୍ଣ ନଜର-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଚୀନର ଭାଇରସ ଏଚଏମପିଭିକୁ ନେଇ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପ୍ରକାଶ କରିଛନ୍ତି। ଏଚଏମପିଭି ନୂଆ ଭୂତାଣୁ ନୁହେଁ। ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସବୁ ବୟସ ବର୍ଗର ଲୋକଙ୍କୁ ଏଚଏମପିଭି ଭୂତାଣୁ ଆକ୍ରାନ୍ତ କରିପାରେ। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆଇସିଏମଆର, ଏନସିଡିସି ତିକ୍ଷ୍ଣ ନଜର ରଖିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୂଚନା ଦେଇଛନ୍ତି।
Comments are closed.