www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ଭଳି ଏଚଏମପିଭି ଲକ୍ଷଣ ସମାନ

ସମାଜ ଡିଜିଟାଲ ଡେସ୍କ: ୨୦୧୯-୨୦ ମସିହାରେ ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ଭୟାବହତା ମନରୁ ଯାଇ ନ ଥିବାବେଳେ ଚୀନରେ ପୁଣି ଏକ ନୂଆ ଭୂତାଣୁ ବିଶ୍ଵବାସୀଙ୍କୁ ଚିନ୍ତାରେ ପକାଇଛି। ଏହି ଭୂତାଣୁର ନାମ ହେଉଛି ଏଚଏମପିଭି ଅର୍ଥାତ ହ୍ୟୁମାନ ମେଟାନ୍ୟୁମୋ ଭାଇରସ। ସବୁଠୁ ଚିନ୍ତାଜନକ ବିଷୟ ହେଉଛି କରୋନା ଭୂତାଣୁ ପରି ଏହି ଭୂତାଣୁର ଲକ୍ଷଣ ସମାନ। ଅର୍ଥାତ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଯେଉଁ ଲକ୍ଷଣ ଦେଖାଦେଉଥିଲା ଏହି ନୂଆ ଭୂତାଣୁରେ ଆକ୍ରାନ୍ତଙ୍କଠା​‌ରେ ମଧ୍ୟ ସମାନ ଲକ୍ଷଣ ଦେଖିବାକୁ ମିଳୁଛି।

ଭାରତରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶବାସୀଙ୍କ ମଧ୍ୟରେ ଭୟ ଜାଗ୍ରତ ହେବାରେ ଲାଗିଛି। କିନ୍ତୁ ଏହା ଏକ ସାଧାରଣ ଭୂତାଣୁ, ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବେଙ୍ଗାଲୁରୁରେ ଜଣେ ୮ ମାସର ଶିଶୁ ଏହି ଏଚଏମପିଭି ଦ୍ବାରା ସଂକ୍ରମିତ ହୋଇଥିବା ସୋମବାର ସାମ୍ନାକୁ ଆସିଛି। ବୟସ୍କ ବ୍ୟକ୍ତି ଏବଂ ପିଲାମାନେ ଏଥିରେ ସହଜରେ ଆକ୍ରାନ୍ତ ହେବାର ଆଶଙ୍କା କରାଯାଇଛି।

- Advertisement -

କିପରି ବ୍ୟାପେ ଓ କ’ଣ ରହିଛି ଲକ୍ଷଣ ?

ଏଚଏମପିଭି ସାଧାରଣତଃ କାଶିବା ଏବଂ ଛିଙ୍କିବା ଦ୍ବାରା ବ୍ୟାପିଥାଏ। ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ଅଥତା ତାଙ୍କ ସହିତ ହାତ ମିଳାଇବା ଦ୍ବାରା ବି ଏହା ଦ୍ରୁତଗତିରେ ବ୍ୟାପେ। ସଂକ୍ରମିତ ହେବାର ୫ ଦିନ ପରେ ଏହାର ଲକ୍ଷଣ ଦେଖିବାକୁ ମିଳେ। ବିଶେଷକରି ସଂକ୍ରମିତମାନଙ୍କ କାଶ ଲାଗିରହିବା, ନାକ ରୁନ୍ଧି ହୋଇଯିବା, ଗଳା ଦରଜ ହେବା, ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆମ ବାତାବରଣରେ ଏହି ଭୂତାଣୁ ସର୍ବଦା ରହିଥାଏ। କିନ୍ତୁ ଶୀତ ଦିନେ ଏହା ଅଧିକ ସକ୍ରିୟ ହୋଇଥାଏ। ଲୋକମାନଙ୍କୁ ଦ୍ରୁତଗତିରେ ସଂକ୍ରମିତ କରିଥାଏ।

ଏଥିରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ଜରୁରୀ। ସଂକ୍ରମିତ ବ୍ୟକ୍ତିଙ୍କ ସହିତ ହାତ ମିଳାଇବା ଅନୁଚିତ। ଭିଡ଼ ସ୍ଥାନରୁ ନିଜକୁ ଦୂରେଇ ରଖିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories