www.samajalive.in
Sunday, December 14, 2025
26.1 C
Bhubaneswar

ସିନ୍ଧୁ ସଭ୍ୟତା ଲିପି ପାଠୋଦ୍ଧାର କଲେ ୧୦ ଲକ୍ଷ ଡଲାର ପୁରସ୍କାର

ଚେନ୍ନଇ : ସିନ୍ଧୁ ସଭ୍ୟତା ପ୍ରାୟ ୫ ହଜାର ବର୍ଷ ପୁରୁଣା ହୋଇଥିବାବେଳେ ଏହାର ଲିପିକୁ ଏପର୍ଯ୍ୟନ୍ତ ପାଠୋଦ୍ଧାର କରାଯାଇପାରିନାହିଁ। ଫଳରେ ଦୀର୍ଘ ଶତାବ୍ଦୀ ଧରି ଏହି ସଭ୍ୟତା ଆଧୁନିକ ମାନବ ଜାତି ପାଇଁ ରହସ୍ୟ ହୋଇ ରହିଛି। ନିକଟରେ ଚେନ୍ନଇରେ ସିନ୍ଧୁ ସଭ୍ୟତାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ପୁରସ୍କାର ଘୋଷଣା କରିଛନ୍ତି। ଯେଉଁ ବ୍ୟକ୍ତି କିମ୍ବା ସଂଗଠନ ଏହି ସଭ୍ୟତାର ଲିପିକୁ ପାଠୋଦ୍ଧାର କରିବାରେ ସଫଳ ହେବେ, ସେମାନଙ୍କୁ ୧୦ ଲକ୍ଷ ଡଲାର ପ୍ରଦାନ କରାଯିବ ବୋଲି ଷ୍ଟାଲିନ କହିଛନ୍ତି। ଐତିହାସିକ ଏବଂ ଇତିହାସ ଗବେଷକମାନେ ସିନ୍ଧୁ ସଭ୍ୟତାର ଲିପିର ପାଠୋଦ୍ଧାର କରିବାକୁ ସମସ୍ତ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ସୂଚନାଯୋଗ୍ୟ ଆଜକୁ ପାଞ୍ଚ ହଜାର ବର୍ଷ ପୂର୍ବେ ସିନ୍ଧୁ ନଦୀ ଅବବାହିକାରେ ଏହି ସଭ୍ୟତା ଗଢି ଉଠିଥିଲା। ବିଂଶ ଶତାବ୍ଦୀରେ ହରପ୍ପା ଓ ମହେଞ୍ଜୋଦାରୋରେ ଖନନ କରାଯିବା ପରେ ଏହି ସଭ୍ୟତା ସମ୍ପର୍କରେ ଲୋକେ ଜାଣିବାକୁ ପାଇଥିଲେ। ଏହି ଦୁଇଟି ପ୍ରାଚୀନ ସହରରେ ଆଧୁନିକ ସହରାଞ୍ଚଳର ଝଲକ ଦେଖିବାକୁ ମିଳିଥିଲା। ଘରଗୁଡିକ ଇଟାରେ ନିର୍ମିତ ହୋଇଥିବାବେଳେ ଉନ୍ନତ ଧରଣର ଡ୍ରେନେଜ୍‌ ଓ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ସେ ସମୟରେ ଲୋକେ ମାଟିର ବାସନକୁସନ ବ୍ୟବହାର କରୁଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories