www.samajalive.in
Sunday, December 14, 2025
19.1 C
Bhubaneswar

ସ୍ତ୍ରୀ ନିର୍ଯାତନାରେ ଜୀବନ ହାରିଲେ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ସ୍ତ୍ରୀର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଛନ୍ତି ଆଉ ଜଣେ ସ୍ଵାମୀ। ସ୍ତ୍ରୀ ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଇଆସୁଛନ୍ତି, ଯେଉଁଥିରେ ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରୁଛନ୍ତି ବୋଲି ମୃତ୍ୟୁ ପୂର୍ବରୁ କରିଥିବା ଏକ ଭିଡିଓରେ କହିଛନ୍ତି। ତାଙ୍କ ସ୍ତ୍ରୀଙ୍କୁ ଉଚିତ ଶିକ୍ଷା ଦେବାକୁ ସେ ନିଜ ବନ୍ଧୁ ଓ ପରିବାର ଲୋକଙ୍କୁ ଭିଡିଓରେ ଗୁହାରି କରିଛନ୍ତି। ଗୁଜରାଟର ବୋତାଡ ଜିଲା ଅନ୍ତର୍ଗତ ଝମର୍ଦ୍ଦା ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ହେଲେ ସୁରେଶ ଭାଇ ସଥଲିୟା(୩୯)। ସେ ସ୍ଥାନୀୟ ନଭଗାଓଁ ଗ୍ରାମର ଜୟା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବେଙ୍ଗାଲୁରୁ ଏବଂ ଦିଲ୍ଲୀ ପରେ ଦେଶରେ ଏହା ୩ୟ ଘଟଣା। ଏହି ଘଟଣା ପରେ ଦେଶରେ ପୁରୁଷଙ୍କ ପ୍ରତି ବଢୁଥିବା ମହିଳାଙ୍କ ମାନସିକ ନିର୍ଯାତନାକୁ ନେଇ ପୁନର୍ବାର ଆଲୋଚନା ଆରମ୍ଭ ହୋଇଛି। ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୁରେଶଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ବୋହୁ ତାଙ୍କ ପୁଅକୁ ବାରମ୍ବାର ମାନସିକ ନିର୍ଯାତନା ଦେଇଆସୁଥିଲା। ନିଜ ବାପ ଘରେ ରହିବାକୁ ସେ ତାଙ୍କ ପୁଅକୁ ବାଧ୍ୟ କରୁଥିଲା। ସୁରେଶ ରାଜି ନ ହେବାରୁ ବୋହୁ ବାପଘରକୁ ପଳାଇଥିଲା। ସୁରେଶ ତା’କୁ ଘରକୁ ଫେରାଇ ବାରମ୍ବାର ଆଣିବାକୁ ଯାଉଥିଲା। କିନ୍ତୁ ସେ ତାକୁ ଫେରାଇ ଦେଉଥିଲା। ଏହି କାରଣରୁ ସୁରେଶ ଦୀର୍ଘଦିନ ଧରି ମାନସିକ ଚାପରେ ରହୁଥିଲେ। ଶେଷରେ ସେ ଏକ ଭିଡିଓ କରି ନିଜ ଜୀବନ ନିଜେ ହାରିବାକୁ ଯାଉଥିବା କହିଥିଲେ। ତାଙ୍କ ମୃତ୍ୟୁ ପାଇଁ ସ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories