www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ଦେଇଥିବା ଚାଦର ନେଇ ନିଜାମୁଦ୍ଦିନ ଔଲିଆ ଦରଗାହରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଚାଦର ନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଔଲିଆଙ୍କ ଦରଗାହରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଜମେର ଶରିଫସ୍ଥିତ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଗାହକୁ ଚାଦର ପଠାଇଛନ୍ତି। ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଜମାଲ ସିଦ୍ଦିକୀଙ୍କୁ ଏହି ଚାଦରକୁ ପ୍ରଦାନ କରାଯାଇଛି। ଶୁକ୍ରବାର ସେମାନେ ଏହି ସ୍ବତନ୍ତ୍ର ଚାଦର ଧରି ନିଜାମୁଦ୍ଦିନସ୍ଥିତ ହଜରତ ନିଜାମୁଦ୍ଦିନ ଔଲିଆଙ୍କ ଦରଗାହରେ ପହଞ୍ଚିଛନ୍ତି। ଏହାପରେ ଚାଦରକୁ ଅଜମେର ଦରଗାହକୁ ପଠାଯିବ।

ସୁଫି ଫାଉଣ୍ଡେସନ ମୁଖ୍ୟ ତଥା ଅଜମେର ଦରଗାହର ଗଦ୍ଦି ନଶୀଁ ହାଜି ସୈୟଦ ସଲମାନ ଚିସ୍ତି କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଚାଦର ପଠାଇବାର ପରମ୍ପରା ୧୯୪୭ରୁ ଚାଲି ଆସୁଛି। ଲଗାତର ୧୧ ଥର ପାଇଁ ପ୍ରଧାନମନ୍ତ୍ରୀ ଅଜମେର ଦରଗାହକୁ ଚାଦର ପଠାଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories