www.samajalive.in
Monday, December 15, 2025
26.1 C
Bhubaneswar

ଟାଟା ଓ ମହିନ୍ଦ୍ରାକୁ ଉପହାର ଦେଲେ ସରକାର, ୨୪୬ କୋଟି ଟଙ୍କାର ପ୍ରୋତ୍ସାହନକୁ ମଞ୍ଜୁରି

ନୂଆଦିଲ୍ଲୀ : ଭାରୀ ଉଦ୍ୟେଗ ମନ୍ତ୍ରାଳୟ ଗାଡି ଓ ବାହନର କଳକବଜା ଉଦ୍ୟେଗ ପାଇଁ ୨୫,୯୩୮ କୋଟି ଟଙ୍କାର ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ(ପିଏଲଆଇ) ଯୋଜନା ଅନୁସାରେ ମହିନ୍ଦ୍ରା ଏବଂ ଟାଟା ମୋଟର୍ସର ୨୪୬ କୋଟି ଟଙ୍କାର ପ୍ରୋତ୍ସାହନ ଦାବିକୁ ମଞ୍ଜୁରି ମିଳିଛି । ଭାରୀ ଉଦ୍ୟେଗ ଏବଂ ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ବାମୀ ପିଏଲଆଇ ଭଳି ଅଭିଯାନ ମାଧ୍ୟମରେ ସ୍ଥାନୀୟ ନିର୍ମାତାଙ୍କୁ ପ୍ରୋତ୍ସାହନ ଦେବା ନେଇ ସନ୍ତୋଷ ବ୍ୟକ୍ତି କରିଛନ୍ତି ।
ସେ ଏହି କ୍ଷମତାକୁ ବିକଶିତ କରିବା ପାଇଁ ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାକୁ ଶୁଭେଚ୍ଛା ଦେଇଛନ୍ତି ଏବଂ ଆଶା କରିଛନ୍ତି କି ଆବେଦନ ନିଶ୍ଚୟ ଏହି ଯୋଜନାର ଲାଭ ଉଠାଇବେ । ଟାଟା ମୋଟର୍ସ ଆର୍ଥିକ ବର୍ଷ ୨୦୨୩-୨୪ରେ ନିର୍ଦ୍ଧାରିତ ବିକ୍ରି ଆଧାରରେ ପ୍ରାୟ ୧୪୨.୧୩ କୋଟି ଟଙ୍କାର ପ୍ରୋତ୍ସାହନ ଦାବି କରିଥିଲା । ଏହି ଶ୍ରେଣୀରେ ଟାଟା ମୋଟର୍ସର ଅତ୍ୟାଧୁନିକ ଗାଡି ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ ଉତ୍ପାଦର ବିକ୍ରିରେ ଟିଆଗୋ ଇଭି, ଷ୍ଟାରବସ୍ ଇଭି ଏବଂ ଏସ୍ ଇଭି ସାମିଲ । ଏହାର ସମୁଦାୟ ଦାମ୍ ୧୩୮୦.୨୪ କୋଟି ଟଙ୍କା ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସମୁଦାୟ ୮୦୦.୫୯ କୋଟି ଟଙ୍କାର ଅତ୍ୟାଧୁନିକ ଉତ୍ପାଦର ନିର୍ଦ୍ଧାରିତ ବିକ୍ରି ଆଧାରରେ ୯୭୮.୩୦ କୋଟି ଟଙ୍କାର ସଞ୍ଚୟ ନିବେଶ ସହିତ ୧୦୪.୦୮ କୋଟି ଟଙ୍କାର ପ୍ରୋତ୍ସାହନ ଦାବି କରିଥିଲା । ଜଣେ ଅଧିକାରୀ କହିଛନ୍ତି କି ଉଭୟ ଆବେଦକଙ୍କ ସମୁଦାୟ ଦାବି ୨୪୬ କୋଟି ଟଙ୍କା । ପରିଯୋଜନା ପ୍ରବନ୍ଧନ ଏଜେନ୍ସି(ପିଏମଏ) ଦ୍ବାରା ଏହାର ଯାଞ୍ଚ ଓ ସୁପାରିଶ କରାଯାଇଛି । ଏହା ପରେ ଭାରୀ ଉଦ୍ୟେଗ ମନ୍ତ୍ରାଳୟ ଏହାକୁ ଅନୁମୋଦିତ କରିଛି । ଭାରତର ନିର୍ମାଣ କ୍ଷମତା ବଢାଇବା ସହ ଏଥିରେ ଆସୁଥିବା ଖର୍ଚ୍ଚକୁ କମାଇ ଏକ ମଜଭୁତ ସପ୍ଲାଇ ଚେନ୍ ସ୍ଥାପନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories