www.samajalive.in
Friday, December 12, 2025
27.1 C
Bhubaneswar

ଟେନିସ ମାନ୍ୟତା: ଓସାକା, ଜୋକୋଭିକ୍‌ ଶୀର୍ଷରେ

ପ୍ୟାରିସ : ସୋମବାର ପୁରୁଷ ଓ ମହିଳା ଟେନିସ ଖେଳାଳିଙ୍କ ମାନ୍ୟତା ତାଲିକା ପ୍ରକାଶ ପାଇଛି। ସଦ୍ୟସମାପ୍ତ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍‌ସ ଚମ୍ପିଆନ ହେବାପରେ ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ଓ ଜାପାନର ନାଓମି ଓସାକା ଯଥାକ୍ରମେ ପୁରୁଷ ଓ ମହିଳା ଖେଳାଳିଙ୍କ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆନ ଓପନ ଜିତିବାପରେ ନାଓମି ଓସାକା ତିନିଟି ପାହ୍ୟା ଉପରକୁ ଉଠି ୧ମ ସ୍ଥାନରେ ପହଞ୍ଚିଛନ୍ତି। ଶୀର୍ଷ ମାନ୍ୟତା ପାଇବାରେ ଓସାକା ହେଉଛନ୍ତି ଏସିଆ ମହାଦେଶର ପ୍ରଥମ ମହିଳା ଖେଳାଳି। ପୂର୍ବରୁ ତାଲିକାର ଶୀର୍ଷରେ ଥିବା ରୋମାନିଆର ସିମୋନା ହାଲେପ୍‌ ୩ୟ ସ୍ଥାନକୁ ଖସିଛନ୍ତି। ଅଷ୍ଟ୍ରେଲିଆନ ଓପନରେ ରନର୍ସଅପ୍‌ ହେବାପରେ ଚେକ୍‌ ରିପବ୍ଲିକ୍‌ର ପେଟ୍ରା କ୍ବିଟୋଭା ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ସ୍ଲୋଏନ ଷ୍ଟିଫେନ୍‌ସ ୪ର୍ଥ, ଚେକ୍‌ ରିପବ୍ଲିକ୍‌ର କ୍ୟାରୋଲିନା ପ୍ଲିସ୍କୋଭା ୫ମ, ଜର୍ମାନୀର ଆଞ୍ଜେଲିକ୍‌ କର୍ବର ୬ଷ୍ଠ, ୟୁକ୍ରେନର ଏଲିନା ଶ୍ବିତୋଲିନା ୭ମ, ନେଦରଲାଣ୍ଡ୍‌ସର କିକି ବର୍ଟନ୍‌ସ ୮ମ, ବେଲାରୁଷର ଆରିନା ସାବାଲେଙ୍କା ୯ମ ଓ ଡେନମାର୍କର କ୍ୟାରୋଲିନ ୱଜ୍‌ନିଆକି ୧୦ମ ସ୍ଥାନରେ ରହିଛନ୍ତି।
ଅପରପକ୍ଷରେ ପୁରୁଷ ଖେଳାଳିଙ୍କ ତାଲିକାରେ ଜୋକୋଭିକ୍‌ ଓ ସ୍ପେନର ରାଫେଲ ନାଦାଲ ଯଥାକ୍ରମେ ୧ମ ଓ ୨ୟ ସ୍ଥାନ ବଜାୟ ରଖିଥିବାବେଳେ ସ୍ବିଜରଲାଣ୍ଡର ରଜର ଫେଡେରର ତିନିଟି ପାହ୍ୟା ତଳକୁ ଖସି ୬ଷ୍ଠ ସ୍ଥାନରେ ଉପନୀତ ହୋଇଛନ୍ତି। ଜର୍ମାନୀର ଆଲେକ୍‌ଜାଣ୍ଡାର ଜେରେଭ୍‌ ୩ୟ, ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲପୋଟ୍ରୋ ୪ର୍ଥ, ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ୫ମ, ଜାପାନର କେଇ ନିଶିକୋରି ୭ମ, ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ ୮ମ, ଆମେରିକାର ଜନ ଇସ୍‌ନର ୯ମ ଓ କ୍ରୋଏସିଆର ମାରିନ ସିଲିକ୍‌ ୧୦ମ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପ୍ରଜ୍ଞେଶ ଗୁଣେଶ୍ବରନ ଓ ଅଙ୍କିତା ରୈନାଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ପୁରୁଷଙ୍କ ତାଲିକାରେ ପ୍ରଜ୍ଞେଶ ୧୦୨ ଓ ଅଙ୍କିତା ୧୬୮ ସ୍ଥାନ ଅଧିକାର କରିଛନ୍ତି। ରାମକୁମାର ରାମନାଥନ ୧୩୩ ଓ ୟୁକି ଭାମ୍ବ୍ରି ୧୫୧ତମ ସ୍ଥାନରେ ଥିବାବେଳେ ଡବଲ୍‌ସ ଖେଳାଳିଙ୍କ ତାଲିକାରେ ରୋହନ ବୋପନ୍ନା ୩୭, ଦିଭିଜ୍‌ ସରନ ୪୦, ଜୀବନ ନେଦୁନଚେଜିୟାନ ୭୬ ଓ ଲିଆଣ୍ଡର ପେସ୍‌ ୭୮ତମ ସ୍ଥାନରେ ରହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories