www.samajalive.in
Saturday, December 13, 2025
26.1 C
Bhubaneswar

ପିପିଲି ଟୋଲ୍‍ ପ୍ଲାଜାରେ ଅସମ୍ଭାଳ ଭିଡ

ପିପିଲି : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟ ବ୍ୟଗ୍ରତା। କାଲି ବଡଦାଣ୍ଡ ପାଲଟିଥିଲା ଜନ ସମୁଦ୍ର। ଗଲା କେତେ ଦିନ ହେଲା ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ଭିଡ ନିୟନ୍ତ୍ରଣ କରିବାକୁ ପୁଲିସ୍ ପୁରା ନାକେଦମ୍ ହୋଇପଡିଛି। ଗତକାଲି ପୁରୀକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବାରୁ ନୀତିକାନ୍ତିରେ ସମନ୍ବୟ ରଖା ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିଥିଲା। ପିପିଲି ଟୋଲ ଗେଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ନୂଆବର୍ଷ ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇ ପୁରୀରୁ ହଜାର ହଜାର ଗାଡି ଫେରୁଥିବାରୁ ପିପିଲି ଟୋଲ ଗେଟରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଥିଲା। ଟୋଲ ଗେଟରେ ଫାଷ୍ଟ ଟ୍ୟାଗ୍‌ର ବ୍ୟବସ୍ଥା ଥିଲେ ମଧ୍ୟ ଏତେ ସଂଖ୍ୟକ ଗାଡି ଆସୁଥିବାରୁ ଜାମ୍ ଲାଗି ରହିଥିଲା। ଘଟରାସ୍ଥଳରେ ପିପିଲି ପୁଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।  ଡିସେମ୍ବର ଶେଷ ସପ୍ତାହ ଠାରୁ ଏହି ଟୋଲ୍‍ ପ୍ଲାଜା ଦେଇ ଅଧିକ ସଂଖ୍ୟାରେ ଗାଡିମୋଟର ଯାତାୟତ କରୁଥିବା ବେଳେ ୩୧ ତାରିଖ ଠାରୁ ଏହାର ସଂଖ୍ୟା ବହୁଗୁଣରେ ବଢିଯାଇଛି  ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories