www.samajalive.in
Sunday, December 14, 2025
19.1 C
Bhubaneswar

ପର୍ବତ ସୁରକ୍ଷା ଦିବସ ପାଳିତ

ଭୁବନେଶ୍ବର : ରାଜ୍ୟରେ  ଦିନକୁ ଦିନ ଜଙ୍ଗଲ  ପରିସୀମା ସଙ୍କୁଚିତ ହେଉଥିବା ସ୍ଥଳେ ଲଘୁ ବନଜାତ ପଦାର୍ଥ ସଂଗ୍ରହ ନିମିତ୍ତ ଜାନୁଆରୀ  ମାସଠାରୁ ଜଙ୍ଗଲରେ ନିଆଁ ଲଗାଯିବା ଦେଖାଯାଉଛି । ଜାନୁଆରୀଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ  ଜଙ୍ଗଲ ଜଳୁଥିବା ସ୍ଥଳେ ସବୁତକ  ବନାଗ୍ନି ମନୁଷ୍ୟକୃତ ହୋଇଥିବା ଜଣା ପଡିଛି। ଏ ସମ୍ପର୍କରେ ବ୍ୟାପକ ଜନଚେତନା ସୃଷ୍ଟି କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ବୋଲି ଅମିତ କଲେଜ ସାମ୍ବାଦିକତା ବିଭାଗ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଅଧ୍ୟାପକ ସୁଧାଂଶୁ ଶେଖର ଧଡା, ସୁବ୍ରତ ପତି, ଟିକାୟତ ନାୟକଙ୍କ  ନେତୃତ୍ବରେ କଲେଜର ଛାତ୍ରଛାତ୍ରୀମାନେ ଜଙ୍ଗଲ ସୁରକ୍ଷା ସମ୍ପର୍କୀତ ମତାମତ ରଖିଥିଲେ। ଆଜି ଭୁବନେଶ୍ବର ନିକଟସ୍ଥ ଶିଖରଚଣ୍ଡୀ ପାହାଡରେ ଆୟୋଜିତ ଆଲୋଚନାଚକ୍ର  ଏବଂ ପରିବେଶ ଅନୁକୂଳ ବଣଭୋଜି ଆୟୋଜନ କରାଯାଇଥିଲା। ଭୋଜି ପରେ ଲୋକମାନେ ବିପୁଳ ପରିମାଣର ପ୍ଲାଷ୍ଟିକ ବୋତଲ, ପଲିଥିନ ଜରି, ସିନ୍ଥେଟିକ ପଦାର୍ଥର ଖଲି, ଅନ୍ୟାନ୍ୟ ସିନ୍ଥେଟିକ ପଦାର୍ଥକୁ ଜଙ୍ଗଲ ପାହାଡ ଆଦି ପ୍ରକୃତି କୋଳରେ ଥିବା ସ୍ଥାନକୁ  ଭୋଜି ପରେ  ପ୍ରଦୂଷିତ କରିପକାଉଛନ୍ତି। ସେଭଳି ପଦାର୍ଥ ବ୍ୟବହାର ନକରି କଦଳୀପତ୍ର, ଶାଳପତ୍ର ଖଲି ଆଦି ବ୍ୟବହାର କରି ପରିବେଶ ଅନୁକୂଳ ଭୋଜି କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଆଲୋଚନାଚକ୍ର ଓ ଭୋଜିରେ ମନୋଜ ଦଳେଇ, ନିହାରିକା ବଳିଆରସିଂ, ଦିଲ୍ଲୀପ କୁମାର ଷଡଙ୍ଗୀ, ଶ୍ରୀମନ୍ତ କୁମାର ରାଉତରାୟ, ଜୀତେନ୍ଦ୍ର କୁମାର ଜେନା, ସଚ୍ଚିଦାନନ୍ଦ ମହାପାତ୍ର, ଇପ୍ସିତ ପ୍ରସାଦ ଜାଲି, ସମୀର ରାଉତ, ରାଜେଶ୍ବରୀ ନାୟକ, ଅନୀଷା ମହାନ୍ତି, ପ୍ରୀତିପ୍ରିୟଦର୍ଶୀନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories