www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ସର୍ବଦଳୀୟ ଶୋକସଭା

କେନ୍ଦୁଝରଗଡ଼: ଭାରତରେ ଆର୍ଥିକ ସଂସ୍କାରର ପ୍ରମୁଖ ବିନ୍ଧାଣି, ବିଶିଷ୍ଟ ଅର୍ଥନୀତିଜ୍ଞ, କେନ୍ଦ୍ର ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ, ବିଶ୍ୱ ବ୍ୟାଙ୍କର ପୂର୍ବତନ ଅଧକ୍ଷ, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ସପ୍ତାହବ୍ୟାପୀ ଶୋକ ପାଳନ କରୁଛି। ୨ଥର ଭାରତର ପ୍ରଧାନମନ୍ତ୍ରୀ ଥିବା ସମୟରେ ଡ. ସିଂହ ଆମେରିକା ସହିତ ଆଣବିକ ଚୁକ୍ତି କରି ଚର୍ଚ୍ଚାରେ ଥିଲେ। ମନରେଗା, ସୂଚନା ଅଧିକାର, ଖାଦ୍ୟ ସୁରକ୍ଷା ଆଇନର ପ୍ରଣେତା, ବେକାରୀ ସମସ୍ୟା ଦୂର କରିବା ପାଇଁ ସେ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ସହିତ ଶାନ୍ତି ପାଇଁ ସମର୍ପିିତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂହଙ୍କ ଉଦ୍ଦେଶ୍ୟରେ ବଡ଼ବିଲ ନଗର କଂଗ୍ରେସ କମିଟି ତରଫରୁ ସୋମବାର ବିକାଶ ମହଲ ଠାରେ ସଭାପତି ଅମିତ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ୱର୍ଗତଃ ଡ. ସିଂହଙ୍କ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଶୋକ ସଭାରେ ପୂର୍ବତନ ଲୋକସଭା ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରି, ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ରାଜ୍ୟ ବିଜେପି ମହିଳା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି କର, ସିପିଆଇର ଜିଲା ସମ୍ପାଦକ ଇନ୍ଦ୍ରମଣି ବେହେରା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ, ବରିଷ୍ଠ ସମାଜସେବୀ ଅନାଦି ଚରଣ ଦାସ, ଦୟାନିଧି ମହାପାତ୍ର, ବିଜେପି ନେତା ଚନ୍ଦ୍ରଗୁପ୍ତ ପ୍ରସାଦ, ମୋହନ ଗୁପ୍ତା, ଯୁବ ନେତା ଗିରିପ୍ରିୟା ଉମାକାନ୍ତ ସାହୁ, ଶ୍ରମିକ ନେତା ମୁନ୍ନା ଖାଁ, ରଞ୍ଜିତ କୁମାର ବେହେରା, ସନ୍ୟାସୀ ମାଝୀ, ସୁଶୀଲ କୁମାର ଗିରି, ଗୋପୀନାଥ ଡଗରା ଓ ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଡ. ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସ୍ମୃତିଚାରଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories