www.samajalive.in
Monday, December 15, 2025
16.1 C
Bhubaneswar

ବାଘ ଛାଲ ଜବତ, ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ପାଟଣା ପୁଲିସ ଓ ବନ ବିଭାଗ ମିଳିତ ଚଢାଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଦିବାକର ବାନ୍ଦିଆଙ୍କ ପୁଅ ରାମ ବାନ୍ଦିଆ (୩୩) ଓ ବାଘ ଛାଲ କିଣିବାକୁ ଡିଲ ଚଳାଇଥିବା ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ରାଜେନ୍ଦ୍ର କୁଲାପଡିଆଙ୍କ ପୁଅ ସାଗର କୁଲାପଡିଆ (୩୭)କୁ ଡିଲ ସ୍ଥାନରେ ପାଟଣା ପୁଲିସ ଓ ପାଟଣା ବନ ବିଭାଗ ମାଡି ବସିଥିଲେ । ଉଭୟଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ସହ ବ୍ୟବହାର କରୁଥିବା ଏକ ବାଇକ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ପାଟଣା ଥାନାରେ ଅନୁଷ୍ଠିତ ପ୍ରେସମିଟରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖବରରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ କେନ୍ଦୁଝର ଏସପି ଓ ଡିଏଫ୍ଓଙ୍କ ଠାରୁ ସୂଚନା ପାଇ ପାଟଣା ଥାନା ସବ୍ ଇନ୍ସପେକ୍ଟର ଉଦୟବିର କୁଲୁ ଓ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ମାଛଗଡ ବିଟ୍ ଅଧିନ ଓସ୍ତଯୋଡି ଗ୍ରାମରେ ଚଢ଼ାଉ କରି କଲରାପତରିଆ ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏନେଇ ବନବିଭାଗ ପକ୍ଷରୁ ଓଆର କେସ ନମ୍ବର ୮୪ପି/୨୦୨୪/୨୫ ଅଣ୍ଡର ସେକ୍ସନ ୯.୩୯(୩) ୪୪ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ ରେ ଏକ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପାଟଣା ଥାନାରେ ଅନୁଷ୍ଠିତ ପ୍ରେସମିଟରେ ଏସଡିପିଓ ପ୍ରଭାତ ତ୍ରିପାଠୀ , ଜିଲ୍ଲା ସହକାରୀ ବନ ସଂଗ୍ରକ୍ଷକ ଜିତେନ୍ଦ୍ର ବେହେରା ଓ ଅଶୋକ କୁମାର୍ ଦାସ୍, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାର , ବନପାଳ ପିଅନ ନାଏକ ଓ ଭୂପତି କୁମାର ସେଠୀ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ତେବେ ଏହି କଲରାପତରିଆଟିକୁ ୬ ମାସ ତଳେ ଶିମିଳିପାଳ ଜଙ୍ଗଲର ମଣ୍ଡଳଝର ନିକଟରେ ମରା ଯାଇଥିବାବେଳେ ବାଘ ମାରିଥିବା ବ୍ୟକ୍ତିଙ୍କୁ ଠାବ କରାଯିବା ପାଇଁ ପୁଲିସ ଓ ବନ ବିଭାଗ ଉଦ୍ୟମ ଜାରି ରଖିଛି। ବାଘ ଛାଲଟିକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରାଯିବାକୁ ଉଦ୍ୟମ ଚାଲିଥିଲା।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories