www.samajalive.in
Sunday, December 14, 2025
15.1 C
Bhubaneswar

ରାସନ କାର୍ଡ ଇ-କେୱ୍ୟାସି ପାଇଁ ଲମ୍ବା ଧାଡ଼ି

ଫୁଲବାଣୀ: ରାସନ କାର୍ଡ ଇ-କେୱ୍ୟାସି କରିବା ପାଇଁ ଶେଷ ତାରିଖ ଡ଼ିସେମ୍ବର ୩୦ତାରିଖ ଖବର ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ: ଓ ବିଭିନ୍ନ ଚାଉଳ କେନ୍ଦ୍ର ମାନଙ୍କ ରେ ଭିଡ଼ ଭିଡ଼ ପରିଲକ୍ଷିତ ହେଉଛି। ଦାଦନ ଶ୍ରମିକ ମାନେ ନିଜର କାମ ଧନ୍ଦା ଛାଡ଼ି ଫିଙ୍ଗେର ଦେବା ପାଇଁ ଫେରି ଆସୁଥିବା ବେଳେ ଇଣ୍ଟର୍ନେଟ୍ ସମସ୍ୟା ଲାଗି ରହୁଥିବାରୁ ଅନେକ ହିତାଧିକାରୀ ନିର୍ଦ୍ଧାରିତ ସମୟ ରେ ନିଜର ଇ-କେୱ୍ୟାସି କରେଇ ପାରିବେ କି ନାହିଁ ସେ ନେଇ ଚିନ୍ତା ବଢ଼ିଛି, ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ: ଅଞ୍ଚଳ ରେ।ଅଞ୍ଚଳ ର ଆଠଗୋଟି ପଞ୍ଚାୟତ ସରାମୁଳି, ତାଜୁଙ୍ଗିଆ, ହାତୀମୁଣ୍ଡା, ଗଦାପୁର, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା ଆଦି ପଞ୍ଚାୟତର ପ୍ରାୟ ୫୦ହଜାର ରୁ ଊର୍ଦ୍ଧ୍ବ ହିତାଧିକାରୀ ଇ-କେୱ୍ୟାସି କରିବାକୁ ରହିଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୩୫ହଜାର ଲୋକଙ୍କ ର ଇ-କେୱ୍ୟାସି ସରିଥିବା ବେଳେ ଆଉ ବଳକା ହିତାଧିକାରୀ ମାନେ ବିଭିନ୍ନ ସମସ୍ୟା କାରଣ ରୁ ଅନେକ ଯୋଗ୍ୟ ହିତାଧିକାରୀ ମାନେ ଇ-କେୱ୍ୟାସି କରି ପାରି ନଥିବା ଜଣାପଡ଼ିଛି।ଏହି ସବୁ ପଞ୍ଚାୟତ ଅଞ୍ଚଳରୁ ଇ-କେୱ୍ୟାସି କରିବା ପାଇଁ ପ୍ରାୟ ୧୦ରୁ ୪୦କିମି ଦୂରରୁ ଆସୁଥିବା ବେଳେ ଅଧିକାଂଶ ସମୟରେ ବ୍ରାହ୍ମଣୀଗାଁରେ ଇଣ୍ଟର୍ନେଟ୍ ସମସ୍ୟା ଲାଗି ରହୁ ଥିବାରୁ, ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଦ୍ବନ୍ଦ ସୃଷ୍ଠି ହେଉଛି।ଅନେକ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଧାଡ଼ି ରେ ଅପେକ୍ଷା କରୁଥିବା ବେଳେ ବାର୍ଦ୍ଧକ୍ଷାତା ହେତୁ ସେମାନଙ୍କ ଫିଙ୍ଗେର ନେଉ ନ ଥିବା କୁହାଯାଉଛି।ଏଭଳି ନେଟୱର୍କ ସମସ୍ୟା ଲାଗି ରହିଲେ ନିର୍ଦ୍ଧାରିତ ସମୟ ରେ ଫିଙ୍ଗେର ପ୍ରିଣ୍ଟ ଦେଇ ଇ-କେୱ୍ୟାସି କରିବା ସମ୍ଭବ ନୁହେଁ, ଏପ୍ରକ୍ରୀୟାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବାର ସମ୍ଭାବନା ରହିଛି ବୋଲି ହିତାଧିକାରୀଙ୍କ ମନରେ ଭୟ ଜାତ ହୋଇଛି।ଅପର ପକ୍ଷେ ଏକ ବର୍ଷ ରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି ଦାରିଙ୍ଗବାଡି ରୁ ବ୍ରାହ୍ମଣୀଗାଁ କୁ ବି ଏସ ଏନ୍ ଏଲ ର କେବୁଲ ସଂଯୋଗ ହୋଇ ପାରୁ ନାହିଁ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜି ଥିବାରୁ ଜନ ସନ୍ତୋଷ ଦେଖାଦେଇଛି।ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଜନସାଧାରଣ ଦାବୀ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories