www.samajalive.in
Friday, December 12, 2025
16.1 C
Bhubaneswar

୩ ଦିନିଆ ଯୁବ ରେଡ଼କ୍ରସ ତାଲିମ ଶିବିର ଉଦ୍‌‌ଯାପିତ

କେନ୍ଦୁଝରଗଡ଼: ଭାରତୀୟ ରେଡ଼କ୍ରସ ସଂସ୍ଥା ଓଡ଼ିଶା ରାଜ୍ୟ ଶାଖା ସହଯୋଗରେ ଧରଣୀଧର ବିଶ୍ୱବିଦ୍ୟାଳୟ ଯୁବ ରେଡକ୍ରସ ଆନୁକୂଲ୍ୟରେ ତିନିଦିନିଆ ଯୁବ ରେଡ଼କ୍ରସ ତାଲିମ ଶିବିର ଶନିବାର ଉଦ୍‌‌ଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଯୁବ ରେଡ଼କ୍ରସ ସଂଯୋଜକ ଡ଼. ମମତା ମଞ୍ଜରୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌‌ଘାଟନୀ ଶିବିରକୁ ଯୁବ ରେଡକ୍ରସ୍‌‌ ରାଜ୍ୟ ଶାଖା ସଂଯୋଜକ ଡ଼. ଗିରିଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି, ବିଶ୍ୱବିଦ୍ୟାଳୟ କୁଳସଚିବ ଦୁଃଖବନ୍ଧୁ ନାୟକ, ସଂଯୋଜକ ହିମାଂଶୁ ଶେଖର ମହାନ୍ତ, ପ୍ରାଧ୍ୟାପକ ନରେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଶିବିରରେ ଜିଲାର ୪୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୯୭ଜଣ ଯୁବ ରେଡ଼କ୍ରସ ସ୍ୱେଛାସେବୀ ଯୋଗଦେଇ ରେଡ଼କ୍ରସ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହିତ ସାଇବର ସୁରକ୍ଷା, ସଡକ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ଅଗ୍ନିଶମ, ଏଚଆଇଭି ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ। ଏତଦ୍‌‌ବ୍ୟତୀତ ସାଂସ୍କୃତିକ ଭାବର ଆଦାନପ୍ରଦାନ, ପ୍ରବନ୍ଧ, ତର୍କ, ଚିତ୍ରକଳା ପ୍ରତିଯୋଗିତା ମାଧ୍ୟମରେ ନିଜ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଶନିବାର ଅନୁଷ୍ଠିତ ଉଦଯାପନୀ ସମାରୋହରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର ଅସୀମ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ବାହିନୀର ଆବଶ୍ୟକତା ଓ ସାମ୍ପ୍ରତିକ ସମୟରେ ଉପଯୋଗୀତା ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ।

- Advertisement -

ଅନ୍ୟତମ ଅତିଥିଭାବେ ଏନଏସଏସ ସଂଯୋଜିକା ଡ.ସରିତା ନାୟକ ଓ କୁଳସଚିବ ଦୁଃଖବନ୍ଧୁ ନାୟକ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସହିତ କରିଥିଲେ। ଏହି ଅଅବସରେ ଅନୁଷ୍ଠିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ୧୯ୟୁନିଟ ରକ୍ତ ସଂଗୃହିତ ହୋଇ ଜିଲା ରକ୍ତକେନ୍ଦ୍ରକୁ ମାନବ କଲ୍ୟାଣ ନିମନ୍ତେ ପଠାଇ ଦିଆଯାଇଥିଲା। ପ୍ରାରମ୍ଭରେ ଡ଼. ମମତା ମଞ୍ଜରୀ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଉଦଯାପନୀ ସମାରୋହକୁ ପରିଚାଳନା କରିଥିଲେ। ଯୁବ ରେଡ଼କ୍ରସ ସ୍ୱେଛାସେବୀ ସରିତା ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱେଛାସେବୀ ନିହାର ସାମଲ ଓ ଗୀତାଞ୍ଜଳି ମିଶ୍ରଙ୍କୁ ଶ୍ରେଷ୍ଠ କାଉନସେଲର ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories