www.samajalive.in
Friday, December 12, 2025
23.1 C
Bhubaneswar

ଛିଡା ହୋଇ ଭୋଜନ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ ଅନେକ ବ୍ୟକ୍ତିଙ୍କର କିଛି ସାମାନ୍ୟ ଭୁଲ ଯୋଗୁଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ପୂର୍ବକାଳ​‌ରେ ଲୋକମାନେ ତଳେ ବସି ଭୋଜନ କରୁଥିଲେ। ତାପରେ ଟେବୁଲରେ ବସି ଭୋଜନ କଲେ। ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। କିନ୍ତୁ ଏପରି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ।

ଆସନ୍ତୁ ଜାଣିବା ଛିଡା ହୋଇ ଭୋଜନ କରିବା ଦ୍ବାରା ଶରୀରର କ’ଣ କ୍ଷତି ହୋଇଥାଏ ..

- Advertisement -

ଖାଦ୍ୟ ସଠିକ ଭାବେ ହଜମ ହୋଇ ନଥାଏ :

ଛିଡା ହୋଇ ଭୋଜନ କରିବା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ। ଏହାଦ୍ବାରା ଅନେକ ପେଟ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ତନ୍ତ୍ର ମଧ୍ୟ ଖରାପ ହୋଇଥାଏ। ଏହାସହ ପେଟ ଦରଜ ମଧ୍ୟ ହୋଇଥାଏ।

ପାଦରେ ଜୋତାଚପଲ ପିନ୍ଧି ଖାଇବା ଦ୍ବାରା :

ଭୋଜନ କରିବା ବେଳେ ଖାଲି ପାଦରେ ରହିବା  ଉଚିତ। କିନ୍ତୁ ଛିଡା ହୋଇ ଖାଦ୍ୟ ଖାଇବା ବେଳେ ପାଦରେ ଜୋତା ଓ ଚପଲ ରହିଥାଏ। ଏହାଦ୍ବାରା ଶରୀର ଉଷ୍ମ ରହିଥାଏ। ଆୟୁବେଦ ଅନୁଯାୟୀ, ଭୋଜନ ବେଳେ ପାଦ ଥଣ୍ଡା ରହିବା ଆବଶ୍ୟକ।

ଏକାଗ୍ରତା ହ୍ରାସ ହୋଇଥାଏ :

ଛିଡା ହୋଇ ଭୋଜନ କରିବା ଦ୍ବାରା ମନ ସର୍ବଦା ଅଶାନ୍ତ ରହିଥାଏ। ଏହି କାରଣରୁ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏହାସହ ଏକାଗ୍ରତା ମଧ୍ୟ ହ୍ରାସ ହୋଇଥାଏ। ଏକାଗ୍ରତା ହ୍ରାସ ହୋଇଯିବା ଦ୍ବାରା ଦୈନନ୍ଦିନ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ମୋଟାପଣ ବୃଦ୍ଧି ହୋଇଥାଏ :

ଛିଡା ହୋଇ ଭୋଜନ କରିବା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ। ଖାଦ୍ୟ ସଠିକ ଭାବେ ହଜମ ନ ହେବା ଦ୍ବାରା ଶରୀରରେ ଫ୍ୟାଟ ଏକତ୍ରିତ ହୋଇଯାଏ ଏବଂ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଯାଏ। ଏହାଦ୍ବାରା ମୋଟା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories