www.samajalive.in
Sunday, December 14, 2025
26.1 C
Bhubaneswar

ମେଡିକାଲରୁ ଶବ ବୋହି ନଦୀ ପାର ହେଲେ ଗ୍ରାମବାସୀ ; ସରକାରୀ ସହାୟତା ଅବହେଳା ଅଭିଯୋଗ

ଚିତ୍ରକୋଣ୍ଡା : ନିଳାକାମବେରୀ ଗ୍ରାମରୁ ମାଝୀଗୁଡା ଗ୍ରାମକୁ ସନ୍ଧ୍ୟା ସମୟରେ ମୋଟର ସାଇକେଲରେ ଫେରୁଥିବାବେଳେ ମାଝୀଗୁଡା ଗ୍ରାମର ନିର୍ମଳା ପାଡାଲ(୧୫) ଝିଅ ସମରା ମାଝୀ(୪୮), ଟୁକୁନା ନାୟକ (୨୮) ଗତକାଲି ମୋଟର ସାଇକେଲରୁ ପଡି ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ ଚିକିତ୍ସା ସମୟରେ ନିର୍ମଳା ପଡ଼ାଲଙ୍କ ଶନିବାର ରାତିରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଦୁଇଜଣଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ୨୬ ତାରିଖ ସକାଳୁ ପୁଲିସ ଉପସ୍ଥିତରେ ଶବବ୍ୟବଛେଦ ପରେ ନିର୍ମଳା ପାଡାଲଙ୍କ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ଏକ ନଗନ୍ନ ଉଦାହରଣ ଏଠାରେ ଦେଖିବାକୁ ମିଳିଥିଲା ଶବକୁ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡିର ବ୍ୟବସ୍ତା ନଥିଲା ଫଳରେ ନିର୍ମଳାଙ୍କ ଶବ ବହୁ ସମୟଧରି ମେଡିକାଲ ବାହାରେ ପଡିରହିଥିଲା ।
ବହୁସମୟ ଅପେକ୍ଷା କରି ଅନ୍ୟଉପାୟ ନପାଇ ଗ୍ରାମବାସୀଙ୍କ ସହାୟତରେ ଦୀର୍ଘ ୭ କିଲୋମିଟର ରାସ୍ତା ଡ଼ଙ୍ଗାରେ ନଦୀପାର ହୋଇ କାନ୍ଧରେ ବୋହି ନିଜ ଗ୍ରାମକୁ ନେଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ କଲ୍ୟାଣ ପାଈଁ ବିଭିନ୍ନ ଯୋଜନା କରୁଥିଲେ ତାହା ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ ତାହା ଏହି ଘଟଣାରୁ ଜଣାପଡୁଥିବା ଆଲୋଚନା କରାଯାଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories