www.samajalive.in
Friday, December 12, 2025
26.1 C
Bhubaneswar

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଭୁବନେଶ୍ୱର : ସିନେମା ହଲରେ ଜଣେ ସାମ୍ବାଦିକକୁ ଶନିବାର ସଂଘବଦ୍ଧ ଆକ୍ରମଣ ଘଟଣାରେ କମିସନରେଟ ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ବାଣୀବିହାରର ସୌମ୍ୟରଞ୍ଜନ ମହାପାତ୍ର, ସୁବ୍ରତ ବିଶ୍ବାଳ ଓ ଅନନ୍ତ ସାମନ୍ତରାୟ। ଏହି ଘଟଣାରେ ସମ୍ପୃ୍କ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିବା ଲାଗି ସାମ୍ବାଦିକମାନେ ଦାବି କରିଛନ୍ତି ା ଏହି ଘଟଣାରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ କରାଯିବା ସହ ରବିବାର ସନ୍ଧ୍ୟାରେ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସାକ୍ଷାତ କରିଥିଲେ।  ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିବାର କେଇଘଣ୍ଟା ପରେ କମିସନରେଟ ପୁଲିସ ତତ୍ପର ଦେଖିବାକୁ ମିଳିଛି।
ଖବର ନେବାରେ ଜଣାପଡିଛି ଯେ, ଶନିବାର ସାଧାରଣତନ୍ତ୍ର ଦିବସ ଛୁଟି ଅବସରରେ ଏକ ଖବର କାଗଜର ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଓ ତାଙ୍କର ଜଣେ ସହଯୋଗୀଙ୍କ ସହ ମହାରାଜା ହଲକୁ ସିନେମା ଦେଖିବାକୁ ଯାଇଥିଲେ। ଶୋ’ ଚାଲିଥିବା ସମୟରେ ବାଣୀବିହାରର ୧୫ ରୁ ୨୦ ଜଣ ଛାତ୍ର ହଲ୍‍ ଭିତରେ ବଡପାଟିରେ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା େହବା ସହ ସିନେମା େଦଖୁଥିବା କିଛି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ବାରମ୍ବାର େଜାରରେ ପାଟି କରିବାକୁ କପିଳେନ୍ଦ୍ର ବିରୋଧ କରିଥିଲେ। ଏଥିରେ ଛାତ୍ରମାନେ ଉତ୍‍କ୍ଷିପ୍ତ ହୋଇ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କପିଳେନ୍ଦ୍ର ନିଜକୁ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଛାଡି ନଥିଲେ। ହଲ ଭିତରୁ ଘୋଷାରି ଘୋଷାରି ନିର୍ଧୁମ ମାଡ ମାରି ବାହାରେ ଛାଡି ପଳାଇଥିଲେ। ହଲର କର୍ମଚାରୀ ଏସବୁ ଦେଖୁଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରି ନ ଥିଲେ ା ଘଟଣା ସମ୍ପର୍କରେ ସୂଚନା ପାଇ ତାଙ୍କ ସମ୍ପର୍କୀୟମାନେ ଗୁରୁତର ଅବସ୍ଥାରେ କପିଳେନ୍ଦ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ଏହି ଘଟଣାରେ ଶ୍ରୀ ପ୍ରଧାନ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁକରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରିନଥିଲା। ସମ୍ପୃକ୍ତ ଛାତ୍ର ଏକ ରାଜନୈତିକ ଦଳର ବୋଲି ଜଣାପଡିଥିଲା। ହେଲେ ଉକ୍ତ ଘଟଣାକୁ ପୁଲିସ ହାଲକା ଭାବେ ଗ୍ରହଣ କରିଥିଲା। ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା। ରବିବାର ସନ୍ଧ୍ୟା ବେଳେ ପୁଲିସ ୩ ଜଣ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଛାତ୍ରମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜୋନ୍‍ ଏସିପି କିଶୋର ଚନ୍ଦ୍ର ମୁଣ୍ଡୁ ସୂଚନା ଦେଇଛନ୍ତି। ଅନ୍ୟ ପଟେ ୨୪ ଘଣ୍ଟା ଭିତରେ ଫେରାର ଅଭିଯୁକ୍ତମାନେ ଗିରଫ ନ ହେଲେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି ଘଟଣାସ୍ଥଳରେ ଲାଗିଥିବା ସିସିଫୁଟେଜ୍‍କୁ ଯାଞ୍ଚ କରାଯାଉଛି। ଆକ୍ରମଣକାରୀ ଛାତ୍ରମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଅନ୍ୟ ପଟେ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଘଟଣାକୁ ସାମ୍ବାଦିକ ସୁରକ୍ଷା ମଞ୍ଚ, ଉତ୍କଳ ସାମ୍ବାଦିକ ସଂଘ ,ଭୁବନେଶ୍ବର ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ‘ସାମ୍ବାଦିକ ସୁରକ୍ଷା ଆଇନ’ ଲାଗୁ ନ କରିବା ପର୍ୟ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଆକ୍ରମଣକାରୀ ଛାତ୍ରଗୋଷ୍ଠୀ ମଧ୍ୟ ସହିଦନଗର ଥାନାରେ କପିଳେନ୍ଦ୍ରଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories