www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତି ଶାହା ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜା ଜନକ। ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଜଣେ ଜନ ପ୍ରତିନିଧି ସଂସଦର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି। ଭାରତର ସମ୍ବିଧାନ ଗଣତତନ୍ତ୍ରର ମୂଳଦୂଆ। ଯେଉଁ ଭଳି ଭାବେ ଶାହା ଆମ୍ବେଦକରଙ୍କୁ ଅସମ୍ମାନିତ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ଆମେ ଖାଲି ବିରୋଧ କରୁନୁ, ଯେ ପର୍ଯ୍ୟନ୍ତ ଶାହା ଇସ୍ତଫା ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି କନ୍ଧମାଳ ଜିଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା ପ୍ରକାଶ କରିଛନ୍ତି। ପୂର୍ବାହ୍ନ ୧୧ ଟାରେ ଜିଲା କଂଗ୍ରେସ କର୍ମକର୍ତା, ମହିଳାମାନେ ଏକ ରାଲିରେ ବାହରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ। ସେଠାରେ ସେମାନେ ଅମିତ ଶାହାଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଜିଲା ସଭାପତି ପରିଡାଙ୍କ ନେତୃତ୍ୱରେ ପୂର୍ବତନ ଏମ୍ପି ରାଧାକାନ୍ତ ଦିଗାଲ, ହେମନ୍ତ କର, ରଜତ ମହାନ୍ତି, ସରୋଜ କୁମାର ପ୍ରଧାନ, ଘନ କୁମାର ଶବର, ଅନୁପମ କହଁରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories