www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ମଞ୍ଚର କନ୍ଧମାଳ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। କର୍ମଚାରୀ ମଞ୍ଚର ଆବାହକ ବ୍ରଜ କିଶୋର ପଟନାୟକଙ୍କ ନେତୃତ୍ୱରେ ମଞ୍ଚର ବହୁ କର୍ମକର୍ତ୍ତା ଓ ସଦସ୍ୟ ଏକ ଶୋଭାଯାତ୍ରାର ଆସି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପ୍ରକାରେ, ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଚିକିତ୍ସା ଭତ୍ତା ସମୟାନୁପଯୋଗେ ପ୍ରଦାନ କରିବା, କୋଭିଡ଼୍‌‌ ସମୟରେ ବନ୍ଦ କରାଯାଇଥିବା ୧୮ ମାସର ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ପେନସନ୍‌‌ ଧାରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ବସ୍‌‌ ଯାତ୍ରା ସମୟରେ ରିହାତି ମୂଲ୍ୟରେ ଯାତ୍ରାର ସୁବିଧା ପ୍ରଦାନ କରିବା, ଫୁଲବାଣୀ ଠାରୁ ପୁରୀକୁ ସିଧା ବସ୍‌‌ ଚଳନ ସୁବିଧା କରିବା, ପଡ଼ୋଶୀ ରାଜ୍ୟ ରାୟପୁର, କୋଲକତା, ଟାଟା ଓ ବିଶାଖାପାଟଣାକୁ ବସ୍‌‌ ସେବା ଯୋଗାଇ ଦେବା ଭଳି ଦାବିକରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀ ନେତା ରାଜ କିଶୋର ସାହୁ, ହେମନ୍ତ ମହାନ୍ତି, ନବିନ କିଶୋର ପଣ୍ଡା, ରାଜ କିଶୋର ପାଢ଼ୀ, ପିତାମ୍ବର ମିଶ୍ର ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories