www.samajalive.in
Saturday, December 13, 2025
18.1 C
Bhubaneswar

ବେତନ ବୃଦ୍ଧି ନହେଲେ ଜାନୁୟାରୀ ୨ରୁ ପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି ବନ୍ଦ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ସେବାୟତଙ୍କ ମାସିକ ଦରମା ଚଳିତମାସ ୩୧ ତାରିଖ ସୁଦ୍ଧା ବୃଦ୍ଧି କରାନଗଲେ ଆସନ୍ତା ଜାନୁୟାରୀ ୨ ତାରିଖରୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବଳଦେବଜୀଉ ସେବାୟତ ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ମହାପ୍ରଭୁଙ୍କ ଦୈନିଦିନ ରିତୀକାନ୍ତି ସହ ଜଡିତ ପୂଜକ, ମାଳାକାର, ପାଳିଆଜିଣି, ଦୁଆରି, ବାଡିଆ ଓ ଗୁଡିଆ ଆଦି ସେବାୟତଙ୍କ ମାସିକ ବେତନ ବୃଦ୍ଧି ନେଇ ବାରମ୍ବାର ଦାବି ଓ ଆଲୋଚନା ହୋଇ ଆସୁଥିବା ବେଳେ କୌଣସି ସୁଫଳ ମିଳୁନଥିବାରୁ ଶେଷରେ ସେବାୟତ ସଂଘ ଏହି ଚରମ ନିଷ୍ପତ୍ତି ଗ୍ରହଣ କରିଥିବା ପୂଜକ ସୁବ୍ରତ କୁମାର ତ୍ରିପାଠୀ, ସୁଜିତ କୁମାର ଦାଶ, ସିଦ୍ଧେଶ୍ବର ମିଶ୍ର, ପଦ୍ମନାଭ ଦାଶ ଓ ମାଳାକାର ବ୍ରଜେନ୍ଦ୍ର କୁମାର ରଣା ଏହା କହିଛନ୍ତି। ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବଦ୍ଧି ଘଟୁଥିଲେ ହେଁ ବଳଦେବଜୀଉ ମନ୍ଦିରର ସେବାୟତଙ୍କ ମାସିକ ବେତନ ଦୀର୍ଘବର୍ଷ ଧରି ବୃଦ୍ଧି ହୋଇନଥିବାରୁ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ କେନ୍ଦୁଝର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଦେବୋତ୍ତର କମିଶନର, ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଅବଗତ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ ସେବାୟତ ସଂଘ ଏଭଳି ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ଅବସରରେ ଏହା କହିଛନ୍ତି। ମାସିକ ବେତନ ବୃଦ୍ଧି ସାଙ୍ଗକୁ ମାସର ପ୍ରଥମ ସପ୍ତାହରେ ବେତନ ପ୍ରଦାନ ଓ ଚାକିରୀ କାଳ ମଧ୍ୟରେ ମୃତ୍ୟୁ ଘଟିଲେ ସେବାୟତ ପରିବାରଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ସହ ସେବାୟତଙ୍କୁ ଜରୁରୀକାଳୀନସ୍ଥିତିରେ ଅତିକମରେ ୧ବର୍ଷର ବେତନ ଅଗ୍ରୀମ ପ୍ରଦାନ ନିମନ୍ତେ ସେବାୟତ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି। ଉପରୋକ୍ତ ଦାବିସମୂହ ଆସନ୍ତା ୩୧ ତାରିଖ ସୁଦ୍ଧା ପୂରଣ କରାନଗଲେ ବାଧ୍ୟ ହୋଇ ଆସନ୍ତା ଜାନୁୟାରୀ ୨ ତାରିଖରୁ ପ୍ରଭୁଙ୍କ ସମସ୍ତ ରୀତିକାନ୍ତୀକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories