www.samajalive.in
Saturday, December 13, 2025
27.1 C
Bhubaneswar

ଜୋକୋଭିକ ଅଷ୍ଟ୍ରେଲିଆନ୍‍ ଓପନ୍‍ ପୁରୁଷ ସିଙ୍ଗଲ୍ସ ଚମ୍ପିଆନ

ମେଲବୋର୍ଣ୍ଣ : ବିଶ୍ବର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ସିଜିନର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ପ୍ରାୟ ୨ ଘଣ୍ଟାର ମୁକାବିଲାରେ ୨ୟ ସିଡ୍‌ ସ୍ପେନର ରାଫେଲ ନାଦାଲଙ୍କୁ ସିଧାସଳଖ ୬-୩, ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଜୋକୋଭିକ୍‌ ସାତଥର ଏଠାରେ ଚମ୍ପିଆନ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ରୟ ଇମରସନ ଓ ସ୍ବିଜରଲାଣ୍ଡର ରୋଜର ଫେଡେରର ସର୍ବାଧିକ ୬ ଥର ଲେଖାଏଁ ଏଠାରେ ଚମ୍ପିଆନ ହୋଇସାରିଛନ୍ତି। ଏହା ଜୋକୋଭିକ୍‌ଙ୍କ କ୍ୟାରିୟରର ୧୫ତମ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍‌ସ ଟାଇଟଲ। ପୁରସ୍କାର ବାବଦରେ ଚମ୍ପିଆନ ଜୋକୋଭିକ୍‌ଙ୍କୁ ୪୧,୦୦,୦୦୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୨୧ କୋଟି ଟଙ୍କା) ଓ ରନର୍ସଅପ୍‌ ନାଦାଲଙ୍କୁ ୨୦,୫୦,୦୦୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧୦.୫ କୋଟି ଟଙ୍କା) ପ୍ରଦାନ କରାଯାଇଛି।
୨୦୧୨ରେ ଉଭୟ ଖେଳାଳି ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଏହି ମୁକାବିଲାରେ ଜୋକୋଭିକ୍‌ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପାଞ୍ଚଟିକିଆ ସେଟ୍‌ରେ ବିଜୟୀ ହୋଇଥିଲେ। ଟେନିସପ୍ରେମୀ ଏଥର ମଧ୍ୟ ଦୁଇ ତାରକାଙ୍କ ମଧ୍ୟରେ ଅନୁରୂପ ଲଢେଇ ଆଶା କରୁଥିବାବେଳେ ତେବେ ଜୋକୋଭିକ୍‌ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଏକତରଫାଭାବେ ଚମ୍ପିଆନ ହୋଇଛନ୍ତି। ପ୍ରଥମ ସେଟ୍‌ରେ ଜୋକୋଭିକ୍‌ ଥରେ ନାଦାଲଙ୍କ ସର୍ଭିସ ବ୍ରେକ କରି ୩୬ ମିନିଟ ମଧ୍ୟରେ ଏହାକୁ ୬-୩ରେ ହାତେଇ ନେଇଥିଲେ। ଦ୍ବିତୀୟ ସେଟ୍‌ରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଜୋକୋଭିକ୍‌ ଏହି ସେଟ୍‌ରେ ଦୁଇଥର ନାଦାଲଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୨ରେ ଜିତିଥିଲେ। ତୃତୀୟ ସେଟ୍‌ରେ ମଧ୍ୟ ଜୋକୋଭିକ୍‌ଙ୍କ ଆଧିପତ୍ୟ ଅପରିବର୍ତ୍ତିତ ରହିଥିଲା। ଏହି ସେଟ୍‌ରେ ନାଦାଲ ଦୁଇଥର ନିଜର ସର୍ଭିସ ରକ୍ଷା କରିବାରେ ବିଫଳ ହୋଇଥିବାବେଳେ ଜୋକୋଭିକ୍‌ ଏହାକୁ ୬-୩ରେ ଜିତି ରେକର୍ଡ ୭ମ ଥର ଚମ୍ପିଆନ ହେବାର ସୌଭାଗ୍ୟଲାଭ କରିଛନ୍ତି।
ଏଥରକୁ ମିଶାଇ ନାଦାଲ ଓ ଜୋକୋଭିକ୍‌ ପରସ୍ପରକୁ ୫୩ ଥର ଭେଟିଥିବାବେଳେ ଫଳାଫଳ ଜୋକୋଭିକ୍‌ଙ୍କ ସପକ୍ଷରେ ୨୮-୨୫ରେ ପହଞ୍ଚିଛି । ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଜୋକୋଭିକ୍‌-ନାଦାଲ ମୋଟ ୩୨ଥର ଭେଟାଭେଟି ହୋଇଥିବାବେଳେ ଜୋକୋଭିକ୍‌ ୧୮ ଓ ନାଦାଲ ୧୪ଟିରେ ବିଜୟୀ ହୋଇଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories