ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

ନୂଆବର୍ଷ ୨୦୨୫କୁ ଆଉ ଅଳ୍ପ ଦିନ ବାକି । ନୂଆବର୍ଷରେ ଅନେକ ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିବ । ବର୍ଷ ୨୦୨୫ରେ କେତୁ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ରାଶି ସହ ଦେଶ ଦୁନିଆ ଉପରେ ମଧ୍ୟ ପଡିବ ।

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କ ଚଳନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି । ଶାସ୍ତ୍ରରେ କେତୁଙ୍କୁ ମାୟାବୀ ଗ୍ରହ ବୋଲି ମଧ୍ୟ କୁହାଯାଏ । ଯେ କି ସର୍ବଦା ଓଲଟା ଚଳନ କରି ଥାନ୍ତି । ବର୍ଷ ୨୦୨୫ରେ କେତୁଙ୍କ ଚଳନ ଫଳରେ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ ଜାଣନ୍ତୁ..

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

ମେଷ – କେତୁଙ୍କ ଚଳନ ଫଳରେ ମେଷ ରାଶିଙ୍କ ପାଇଁ ୨୦୨୫ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ବ୍ୟବସାୟୀଙ୍କ ପାଇଁ ଏହି ବର୍ଷ ଖୁବ୍‌ ଶୁଭ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଖୁବ୍‌ ସଫଳତା ହାସଲ କରିବେ । ଧନ ଲାଭର ଯୋଗ ରହିଛି । ଧନ ସମସ୍ୟା ଦୂର ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଧନୁ – ଏହି ରାଶିଙ୍କ ଶୁଭ ସମୟ ଆରମ୍ଭ ହେବ । କର୍ମକ୍ଷେତ୍ର ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ । ଭବିଷ୍ୟତ ପାଇଁ ଅନେକ ଲାଭକାରୀ ଯୋଜନା କରିବେ ।

ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..

Comments are closed.