ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଲ୍ୟାମ୍ପ୍ସରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଛି। ଏହି ଧାନ ମଣ୍ଡିକୁ ପାଟଣା ବିଧାୟକ ଅଖିଳ ନାଏକ ଓ ପାଟଣା ତହସିଲଦାର ଲୀଳାବତୀ ନାୟକ ମିଳିତ ଭାବେ ଫିତା କାଟି ଶୁଭ ଉଦଘାଟନ କରି ଥିବାବେଳେ ଲ୍ୟାମ୍ପ୍ସ ସଭାପତି ପ୍ରଫୁଲ୍ଲ ନାୟକ, ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ମିଶ୍ର, ରାଜନଗର ସରପଞ୍ଚ ସୁଧାଂଶୁ ନାୟକ ଯୋଗ ଦାନ କରି ଆଜି ସୋମବାରରେ ଶୁଭ ଉଦଘାଟନ କରିଥିଲେ। ଆରମ୍ଭରୁ ବିଧାୟକ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ରହି ଧାନ ଦେବାକୁ ପରାମର୍ଶ ଦେଇଥିଲେ। ଏଠାରେ ଆଜି ଉପସ୍ଥିତ ଶ୍ରମିକମାନେ ତାଙ୍କର ଏବର୍ଷ ମଣ୍ଡି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ପୂର୍ବରୁ ସେମାନେ ୧୩ ଟଙ୍କା କୁଇଣ୍ଟାଲ ପିଛା ପାରିଶ୍ରମିକ ପାଉଥିବାବେଳେ ଏବର୍ଷ ୧୦ ଟଙ୍କା ପାଇବେ ବୋଲି ଅଭିଯୋଗ କରିଛନ୍ତି । ସେମାନେ ଗୋଟେ କୁଇଣ୍ଟାଲ ଧାନକୁ ୪ ଥର ବୋହିଲା ପରେ ୧୦ ଟଙ୍କା ପାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରି ସରକାରଙ୍କୁ ତାଙ୍କ ମଜୁରୀ ଠିକ ଭାବେ ଦେବା ପାଇଁ ବିଧାୟକଙ୍କୁ ନିବେଦନ କରିଛନ୍ତି ।
Popular Categories



