ସମ୍ବଲପୁର ଯାଦବ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର: ରବିବାର ସମ୍ବଲପୁର ଯାଦବ ସଂଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ ସମ୍ବଲପୁର ଯାଦବ ସଂଘର ଏଭଳି ମହତ୍ କାମର ପ୍ରଶଂସା କରିଥିଲେ। ରକ୍ତର ଅନ୍ୟ ବିକଳ୍ପ ନ ଥିବାରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ଶିବିର ଆୟୋଜନ ଆବଶ୍ୟକତା ରହିଥିବା ସେ ମତବ୍ୟକ୍ତ କରିଥିଲେ। ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଯୁବନେତା ସୁଧୀର ବହିଦାର, ଡାକ୍ତର ସଞ୍ଜୀବ ମିଶ୍ର, ସତୀଶ ବିଶି, ରାମଦାସ ପଣ୍ଡା, ମହେଶ ପଟେଲ, ବିପିନ ଭାଟିଆ, ଶିବୁ ଅଗ୍ରୱାଲ, ଶିଶିର ବହିଦାର ପ୍ରମୁଖ ଶିବିରରେ ପହଂଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଯାଦବ ସଂଘର ସଭାପତି ଭୋଳା ଶଙ୍କର ମହତମ ଓ ସାଧାରଣ ସଂପାଦକ ହେମନ୍ତ ଗହୀରଙ୍କ ନେତୃତ୍ବରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବହୁ ମହିଳାଙ୍କ ସମେତ ସର୍ବମୋଟ ୫୫ ଜଣ ରକ୍ତଦାନ କରିବା ସହିତ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସଂକଳ୍ପ କରିଥିଲେ। ଶିବିରରେ ବହୁ ମହିଳା ରକ୍ତଦାନ କରିଥିଲେ। ବରିଷ୍ଠ ସଦସ୍ୟ ବଳରାମ ମଟାରି, ଜୟକିଶୋର ଜାଲ, ଗୁଣନିଧି ରାଉତ, ରାମଚନ୍ଦ୍ର ପୋଢ଼, ବିଜୟଲକ୍ଷ୍ମୀ ବେହେରା, ବିଶ୍ବାମିତ୍ର ନାଗ, ଲେଲୁର୍ଯ୍ୟ ନାଗ, ହରିହର ଷଣ୍ଢ, କାନନ ନାଗ, ଅଲେଖ ଘିବେଲା, ଜଗଦୀଶ ମଲ୍ଲିକ, ନିଖିଳ ନାଗ, ନବକିଶୋର ଜାଲ, ରାଜୁ ପୋଢ଼, ଘନାଶ୍ୟାମ ମହାକୁର, ଲୋକନାଥ ବଗର୍ତ୍ତି, ମନବୋଧ ବଗର୍ତ୍ତି, ଅର୍ଜୁନ ପୋଢ଼, ରଞ୍ଜନ ଭୋଇ ପ୍ରମୁଖ ରକ୍ତଦାନ ଶିବିରକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.