ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଅସହାୟ ଏବଂ ଭିନ୍ନକ୍ଷମଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଫୁଲବାଣୀ: ସୁଡ୍ରେଜୁ ଗ୍ରାମ ପଞ୍ଚାୟତ ର ଶିତିକାପଙ୍ଗା ଏବଂ ଫୁଲବାଣୀର ବ୍ଲକର ବିସିପଡା ପଞ୍ଚାୟତର କୁମୁରିଗୁଡା ଗ୍ରାମରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଅସହାୟ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି ଓ ଭାରତୀୟ ରେଡକ୍ରସ ସଂସ୍ଥା ପ୍ରଦତ୍ତ କମ୍ବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଦିଆଯାଇଛି। ଜିଲ୍ଲାରେ ବର୍ତମାନ ପ୍ରବଳ ଶୀତ ଅନୁଭୂତ ହେଉ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କମ୍ବଳ ବ୍ୟତୀତ ପାଲ, ଶାଢ଼ୀ, ରୋଷାଇବାସନ, ଲୁଙ୍ଗି ଗାମୁଛା, ବାଲଟି ଓ ସାବୁନ ଆଦି ବଣ୍ଟନ କରାଯାଇଛି। ଏହି କାଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ କୁମାର ସାହାଣୀ, ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ସଦସ୍ୟ ତାରିଣୀ ପ୍ରସାଦ ମୁନୀ, ପ୍ରଦୀପ ବିଶୋଇ, ଦିଲ୍ଲୀପ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବାରିକ, ଭାବିନ୍ଦ୍ର କହଁର, ବିସିପଡ଼ା ସରପଞ୍ଚ ସାକାଲି କହଁର ଏବଂ ସୁଡ୍ରେଜୁ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ। ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିର୍ନ ଅଞ୍ଚଳରେ ଛଅ ଗୋଟି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶତାଧିକ ଗରୀବ, ଅସହାୟ, ଦିବ୍ୟାଙ୍ଗ ଲୋକଙ୍କୁ ବିଭିନ୍ନ ଦ୍ରବ୍ୟ ବଣ୍ଟନ କରାଯାଇଛି।

Comments are closed.