www.samajalive.in
Saturday, December 6, 2025
17.1 C
Bhubaneswar

ଚର୍ଚ୍ଚରେ ଦଳାଚକଟା ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ

ଆବୁଜା: ନାଇଜେରିଆର ଦୁଇଟି ଚର୍ଚ୍ଚରେ ଦଳାଚକଟା ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଆବୁଜାସ୍ଥିତ ହୋଲି ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚ ଓ ଦାକ୍ଷିଣାତ୍ୟ ସହର ଓକିଜା ସହରରେ ଥିବା ଦୁଇଟି ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଇଁ ଉପହାର ବଣ୍ଟନବେଳେ ଦଳାଚକଟା ହୋଇଥିଲା। ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ଓକିଜାସ୍ଥିତ ଚର୍ଚ୍ଚରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି।
ଶନିବାର ଚର୍ଚ୍ଚ ପରିସରରେ ଉପହାର ବଣ୍ଟନ କରାଯିବାବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇ ଦଳାଚକଟା ହୋଇଥିଲା। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଖ୍ରୀଷ୍ଟମାସ ପାଳନ ଉପଲକ୍ଷେ ଚର୍ଚ୍ଚରେ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଆଖପାଖ ଅଞ୍ଚଳର ପ୍ରାୟ ୩୦୦୦ ଲୋକ ରୁଣ୍ଡ ହୋଇଥିଲେ। ସକାଳେ ଉପହାର ବଣ୍ଟନ କରାଯିବାକୁ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବ ରାତିରୁ ଲୋକେ ଚର୍ଚ୍ଚ ପରିସରରେ ଭିଡ ଜମାଇଥିଲେ। ଦଳାଚକଟା ଘଟଣା ପରେ ପ୍ରାୟ ହଜାରେ ଲୋକଙ୍କୁ ଚର୍ଚ୍ଚ ପରିସରରୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ବୋଲା ଟିନୁବା ତାଙ୍କର ସରକାର ଗସ୍ତ କାର‌୍ୟ୍ୟକ୍ରମ ବାତିଲ କରିଛନ୍ତି। ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଖ୍ରୀଷ୍ଟମାସ ପାଇଁ କୌଣସି ଉପହାର ବଣ୍ଟନ ପୂର୍ବରୁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଫ୍ରିକାର ସର୍ବାଧିକ ଜନବହୁଳ ଏହି ରାଷ୍ଟ୍ରରେ ଖ୍ରୀଷ୍ଟମାସ ପୂର୍ବରୁ ଲୋକଙ୍କୁ ଖାଦ୍ୟପଦାର୍ଥ, ଉପହାର ବାଣ୍ଟିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ଉତ୍ସବ ସମୟରେ ଗରିବ ଲୋକଙ୍କୁ ଖର୍ଚ୍ଚରୁ ଆଶ୍ବସ୍ତି ଦେବା ଲାଗି ଏପରି ଟ୍ରେଣ୍ଡ ଚାଲିଛି। ଗତ ବୁଧବାର ଏକ ସ୍କୁଲରେ ଦଳାଚକଟା ହୋଇ ୩୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories