www.samajalive.in
Friday, December 5, 2025
20.1 C
Bhubaneswar

ଜନ୍ମଦିନରେ ସ୍ମାର୍ଟ ଫୋନ୍ ଦେବାକୁ ମନା କଲେ ମାଆ, ଜୀବନ ହାରିଲା ପୁଅ

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ ପାଇଁ ଜୀବନ ହାରିଲା ନାବାଳକ। ପୁଅର ଜନ୍ମଦିନରେ ମାଆ ସ୍ମାର୍ଟ ଫୋନ୍ ଉପହାର ଦେବାକୁ ମନା କରିବାରୁ ନାବାଳକ ପୁଅ ଜଣକ ନିଜ ଜୀବନ ହାରିଦେଇଛି। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଏଭଳି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିରାଜ ସହରର ଜଣେ ୧୫ ବର୍ଷୀୟ ନାବାଳକ ଡିସେମ୍ବର ୨୦ ତାରିଖରେ ନିଜ ଜନ୍ମଦିନ ପାଳିଥିଲେ। ନାବାଳକ ଜଣକ ନିଜ ଜନ୍ମଦିନରେ ନୂଆ ମୋବାଇଲ ଉପହାର ସ୍ଵରୂପ ନେବା ଲାଗି ମାଆଙ୍କୁ କହିଥିଲେ। କିନ୍ତୁ ଆର୍ଥିକ ସମସ୍ୟା କାରଣରୁ ମାଆ ବିଶ୍ଵଜିତ୍ ଙ୍କୁ ଫୋନ୍ କିଣି ଦେବାକୁ ମନା କରିଥିଲେ। ଏହି କଥାରେ ରାଗି ଯାଇଥିଲେ ବିଶ୍ଵଜିତ୍ । ଏବଂ ଶନିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ। ବିଶ୍ଵଜିତ୍ ଙ୍କ ମୃତ୍ୟୁ​‌ରେ ପରିବାର​‌ରେ ଶୋକର ଛାୟା ଖେଳିଯାଇଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories