www.samajalive.in
Saturday, December 13, 2025
26.1 C
Bhubaneswar

ଆଠଗଡ ଓଡିଶା ସଭ୍ଯତା ଓ ସଂସ୍କୃତିର ପ୍ରୟୋଗଶାଳା

ଆଠଗଡ: ପ୍ରାଚୀନ କାଳରୁ ଆଠଗଡର କଳା ସଂସ୍କୃତି ଓ ଲୋକକଳା ବେଶ ଉନ୍ନତ। ଆଠଗଡକୁ କେବଳ ଏକ ଭୌଗୋଳିକ ଅଞ୍ଚଳ କହିଲେ ହେବ ନାହିଁ ବରଂ ଓଡିଶାର ସଭ୍ଯତା ଓ ଜନଜୀବନର ପ୍ରୟୋଗଶାଳା ହେଉଛି ଆଠଗଡ ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଆଠଗଡ ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବେ ଶ୍ରୀ ପ୍ରଧାନ ଯୋଗଦେଇ ଉଦବୋଧନ ଦେଇ ଆଗାମୀ ଦିନରେ ଆଠଗଡକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ । ମୁଖ୍ଯବକ୍ତା ଭାବେ ସାଂସଦ ଭର୍ତୃହରି ମହତାବ ନିଜ ବକ୍ତବ୍ଯରେ ଆଠଗଡର ଇତିହାସ ବିଷୟରେ କହିବାବେଳେ ଗଡଜାତ ମିଶ୍ରଣ ପ୍ରକ୍ରିୟାରେ ଆଠଗଡ ପ୍ରଥମେ ଆଗେଇ ଆସିବା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ପ୍ରକାଶ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଓ ମହୋତ୍ସବ କମିଟି ଆବାହକ ଫଣୀଭୂଷଣ ରଥ ଯୋଗଦେଇ ଉଦବୋଧନ ଦେଇଥିଲେ । ମହୋତ୍ସବ କମିଟିର ମୁଖ୍ଯ ଉପଦେଷ୍ଟା ଅଭୟ କୁମାର ବାରିକ ପୌରୋହିତ୍ୟ କରିଥିବାବେଳେ ଲୋକପ୍ରିୟ ଉଦଘୋଷକ ପାର୍ଥସାରଥି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହୋତ୍ସବ ସ୍ମରଣିକା ‘ଅଷ୍ଟାୟନ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।

- Advertisement -

କଳା, ସାହିତ୍ୟ, କ୍ରୀଡା ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବକିଶୋର ରାଉତଙ୍କ ସଞ୍ଚାଳନରେ ସ୍ଥାନୀୟ କଳା ଅନୁଷ୍ଠାନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର କଳାକାର ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡିଶାର ସୁନାମଧନ୍ଯ ଗାୟକ ମଣ୍ଟୁ ଛୁରିଆ ଓ ତାଙ୍କ ସାଥୀଙ୍କ ସଂଗୀତରେ ଝୁମି ଉଠିଥିଲେ ହଜାର ହଜାର ଶ୍ରୋତା ଓ ଦର୍ଶକ । ମହୋତ୍ସବ ବର୍ଷା ଯୋଗୁଁ ଦୁଇଦିନ ବନ୍ଦ ହୋଇଯାଇଥିବାରୁ ଏହାକୁ ଆଉ ଦୁଇଦିନ ଅର୍ଥାତ ମଙ୍ଗଳବାର ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories