ପିପିଲି: ଚଳିତ ଶିକ୍ଷାବର୍ଷର ପ୍ରଧାନଶିକ୍ଷକମାନଙ୍କ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଦିନ ପିପିଲି ବ୍ଲକ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ହରିଅନ୍ତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ଚିନ୍ତାମଣି ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅଭିଯାନ, ପୁରୀ ଅଫିସର ବାଳିକା ଶିକ୍ଷା ସଂଯୋଜକ କମଳାକାନ୍ତ ରଥ ଏଥିରେ ଯୋଗଦେଇ ସମୀକ୍ଷା କରିଥିଲେ। ବୈଠକରେ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ସାହୁ, କନକଲତା ପରିଡା, ଶକ୍ତି ପ୍ରସନ୍ନ ମହାନ୍ତି, ସିଗ୍ଧା ପ୍ରଧାନ, ଚିନ୍ମୟୀ ସାହୁ, ଲକ୍ଷ୍ମୀଧର ପ୍ରଧାନ, ସନ୍ଧ୍ୟାରାଣୀ ନାୟକ, ସୁମନ୍ତ କୁମାର ବେହେରା ଏବଂ ମୋୖଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ବାସନ୍ତୀ ତ୍ରିପାଠୀ, କୁନିଲତା ପରିଡା, ନିର୍ମଳା ଦାସ, ସୁନାମଣି ଦେଇ ପ୍ରମୂଖ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ମୋୖଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟବସ୍ତୁ , ଡିସେମ୍ବର ମାସ ର ଶୈଖିକ କ୍ୟାଲେଣ୍ଡର, ନମୂନା ପାଠ ଯୋଜନା, ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର, ଗଣିତ କଳିକା ଆନ୍ଦୋଳନ କିଟ୍ ବ୍ୟବହାର କରି ଭଗ୍ନାଂଶ ଓ ଭଗ୍ନ ସଂଖ୍ୟାର ଶିକ୍ଷାଦାନ, ବିଲ୍ଡିଙ୍ଗ ବ୍ଲକ ଆପ ବ୍ୟବହାର କରି ଗଣିତ ଶିକ୍ଷାଦାନ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।
Comments are closed.