www.samajalive.in
Sunday, December 14, 2025
18.1 C
Bhubaneswar

ସାଂସଦଙ୍କ ଘରେ ବୁଲିଲା ବୁଲଡୋଜର, ବିଦ୍ୟୁତ ଚୋରି ପାଇଁ ୧.୯ କୋଟି ଜରିମାନା

ସମାଜ ଡିଜିଟାଲ ଡେସ୍କ: ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା ବିଦ୍ୟୁତ ଚୋରି। ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିବା ସମାଜବାଦୀ ପାର୍ଟିର ସମ୍ଭଲ ନିର୍ବାଚନମଣ୍ଡଳୀ ସାଂସଦ ଜିଆଉର ରହମନ ବର୍କଙ୍କୁ ୧ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏହା ସହିତ ପ୍ରଶାସନ ପକ୍ଷରୁ ସମ୍ଭଲର ଦୀପା ସରାଇ ଅଞ୍ଚଳରେ ସରକାରୀ ଜାଗାକୁ ମାଡ଼ି ସାଂସଦ ତିଆରି କରିଥିବା ଘରର ବାରଣ୍ଡାରେ ବୁଲଡୋଜର ଚଲାଯାଇଛି। ବୁଲଡୋଜର ବୁଲାଇ ସାଂସଦଙ୍କ ଘରର ବାରଣ୍ଡା ଭାଙ୍ଗି ଦିଆଯାଇଛି। ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଜବରଦଖଲ  ଉଚ୍ଛେଦ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସାଂସଦ ଜିଆଉରଙ୍କ ଘରେ ବିଦ୍ୟୁତ ବିଭାଗ ପକ୍ଷରୁ ଗତ ସପ୍ତାହରେ ଚଢ଼ାଉ କରାଯାଇଥିଲା। ବିଦ୍ୟୁତ ଚୋରି ଅଭିଯୋଗରେ ପ୍ରଶାସନ ପକ୍ଷରୁ ସାଂସଦଙ୍କ ଘରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସାଂସଦଙ୍କ ଘରେ ବହୁତ ସଂଖ୍ୟକ ବିଦ୍ୟୁତ ଉପକରଣ ଥିବା ଦେଖାଯାଇଥିଲା। କିନ୍ତୁ ଗତ ୧ ବର୍ଷ ମଧ୍ୟରେ ସାଂସଦଙ୍କ ଘରେ ଲାଗିଥିବା ବିଦ୍ୟୁତ ମିଟର ରିଡିଂ ଶୂନ ରହିଥିଲା। ଏହା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସାଂସଦଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ତା’ ସହିତ ୧ କୋଟି ୯୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା। ବିଦ୍ୟୁତ ଆଇନ ୨୦୦୩ ଅନ୍ତର୍ଗତ ଧାରା ୧୩୫ ଅନୁଯାୟୀ ସାଂସଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅଧିକାରୀମାନଙ୍କୁ ଧମକାଇବା ଘଟଣାରେ ସାଂସଦଙ୍କ ବାପାଙ୍କ ନାମରେ ବି ମାମଲା ଦାୟର କରିଛି ବିଦ୍ୟୁତ ବିଭାଗ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories