www.samajalive.in
Wednesday, December 10, 2025
16.1 C
Bhubaneswar

ଟାଟା ପାୱାର ଗ୍ରାହକଙ୍କୁ ପ୍ରୋତ୍ସାହନ ପୁରସ୍କାର

ଆଠଗଡ଼: ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର(ଟିପିସିଓଡିଏଲ) ଆଠଗଡ଼ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅଭିନବ ଯୋଜନା କରାଯାଇଛି। ସଠିକ୍ ସମୟରେ ବିଦ୍ୟୁତ ଦେୟ ପୈଠ କରିବା, କୌଣସି ବକେୟା ନ ରଖିବା ଏବଂ ଡିଜିଟାଲ ମୋଡ୍‌ରେ ଦେୟ ପୈଠ କରିବା ନେଇ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେହିଭଳି ଗ୍ରାହକଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଲଟେରୀ କରାଯାଇ ମନୋନୀତ କରିବା ପରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ଗୁରୁବାର ଏହିପରି ଲଟେରୀ ମାଧ୍ୟମରେ ମନୋନୀତ ୧୬ ଜଣ ଗ୍ରାହକଙ୍କୁ ପୁରସ୍କୃତ କରାଯାଇଛି। ସଂପୃକ୍ତ ୧୬ ଜଣ ଭାଗ୍ୟଶାଳୀ ବିଜେତା ବିଦ୍ୟୁତ ଗ୍ରାହକଙ୍କୁ ଗୋଟିଏ ଲେଖାଁଏ ସ୍ମାର୍ଟ ଫୋନ ଓ ଗୋଟିଏ ଉନ୍ନତ ରୋଷେଇ ବାସନ ସେଟ୍ ପ୍ରଦାନ କରାଯାଇଛି। ଆଠଗଡ଼ ଡିଭିଜନ ଗ୍ରାହକ ସେବା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପବିତ୍ର ମୋହନ ସାହୁ, ଗ୍ରାହକ ସେବା ଅଧିକାରୀ ଆଶିଷ ଶର୍ମା ଓ ଡିଭିଜନର ଅନ୍ୟ ଅଧିକାରୀ ଉପସ୍ଥିତ ରହି ସଂପୃକ୍ତ ଗ୍ରାହକଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଯୋଜନାର ସୁଫଳ ପାଇବା ଲାଗି ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଆଗ୍ରହ ବଢୁଥିବା ଦେଖାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ ସାହୁ ପ୍ରକାଶ କରିଛନ୍ତି।

Hot this week

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

Related Articles

Popular Categories