ଶୁକ୍ରବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ରାଜଯୋଗ ଥିବାରୁ ଉଚ୍ଚ ସମ୍ମାନ ମିଳିପାରେ, ମାତ୍ର ଥଣ୍ଡାକଫଜନିତ କ୍ଲେଶ ଭୋଗ କରିପାରନ୍ତି। କର୍ମଚଞ୍ଚଳ ରହିବେ। ହୃଦୟରୁ ଜାତ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ। ସାହସୀ ଓ ଜ୍ଞାନୀ ହେବେ।

ବୃଷ- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ।

ମିଥୁନ- ମହତାକାଂକ୍ଷୀ ହେବେ। ନିଜ ବ୍ୟବହାରରେ ସଜ୍ଜନମାନଙ୍କୁ ସନ୍ତୁଷ୍ଟ କରିପାରନ୍ତି। କୁଳ ଉଜ୍ଜ୍ବଳକାରୀ ହେବେ। ଦୟାଧର୍ମରେ ବିଲୀନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ପାରିବାରିକ ସ୍ନେହ ମିଳିବ।

କର୍କଟ- ରୂପବତୀ, ସୁଶୀଳ ତଥା ଗୃହ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରୁଥିବା ପତ୍ନୀଙ୍କ ସାନ୍ନିଧ୍ୟ ଶୁଭ ଓ ମଙ୍ଗଳଦାୟକ ହେବ ଓ ଆପଣଙ୍କୁ ଭାଗ୍ୟଶାଳୀ କରିପାରେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ସିଂହ- ଯଶସ୍ବୀ ଓ ବିଶ୍ବସନୀୟ ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହେବାର ସୂଚନା ମିଳୁଛି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହୋଇପାରେ।

କନ୍ୟା- ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧନୀ ଘରର କନ୍ୟାକୁ ପତ୍ନୀ ରୂପେ ପାଇ ଗର୍ବ ଅନୁଭବ କରିପାରନ୍ତି। ଜଣେ ମହାନ୍‌ ସମାଜସେବୀ ଭାବେ ସୁଖ୍ୟାତି ଅର୍ଜନ କରିବେ। ଶାନ୍ତ ଓ ଧୈର‌୍ୟ୍ୟବାନ୍‌ ହେବେ।

ତୁଳା- ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟ ବହନ କରିବା କଷ୍ଟସାଧ୍ୟ ହେବ। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ପରାୟଣ ହେବେ।

ବିଛା- ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ଶିକ୍ଷିତା ଓ ପତିବ୍ରତା ହୋଇପାରନ୍ତି।

ଧନୁ- ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷିକ୍ଷେତରୁ ଭଲ ଆୟ ହେବ। ଭାଇମାନଙ୍କ ମଧ୍ୟରେ କେବଳ ଜ୍ୟେଷ୍ଠ ନୁହନ୍ତି ଶ୍ରେଷ୍ଠ ହେବେ।

ମକର- ସବୁ କଳକୌଶଳରୁ ବିରତ ହୋଇ ଈଶ୍ବର ଭକ୍ତିରେ ଶକ୍ତିମାନ୍‌ ହେବା ପାଇଁ ଉଦ୍ୟମ ଜାରି ରଖିବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ।

କୁମ୍ଭ- ସୌଭାଗ୍ୟଶାଳୀ ଓ ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି।  ଧନାଗମ ହେବେ। ଦୈବୀ ବଳରେ ମହାଶକ୍ତିସମ୍ପନ୍ନ ହେବେ।

ମୀନ- ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲି ମୋକଦ୍ଦମାରେ ବିଜୟୀ ହେବେ। ସାତ୍ତ୍ବିକ ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଲୋକପ୍ରିୟ ହେବେ। ସମାଜରେ ମହାନ୍‌ ଗୌରବର ଅଧିକାରୀ ହେବେ।

Comments are closed.