ଚାକିରି ଦେବା ନାଁରେ ଦେଢ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଗୋପାଳପୁର : ଚାକିରି ଦେବା ନାଁରେ ଜଣେ ଯୁବକଙ୍କଠାରୁ ଦେଢ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ ସିନ୍ଧିଗାଁ ଟାଟା କୋଲନୀର ଅଜିତ କୁମାର ବେହେରା ବୋଲି ପୁଲିସ କହିଛି । ଅଜିତଙ୍କ ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୪୬/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ସିନ୍ଧିଗାଁ ଟାଟା କୋଲନୀର ଅଜିତ କୁମାର ବେହେରା ୨୦୨୧ ମସିହାରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁର ସୁବ୍ରତ ମହାନ୍ତି ତାଙ୍କୁ ସରକାରୀ ଗୃହ ବିଭାଗର କିରାଣୀ ଚାକିରୀ କରେଇ ଦେବେ କହି ଅଜିତ ଠାରୁ ୭/୧୨/୨୧ ତାରିଖରେ ୪୦ ହଜାର, ୮/୧୨/୨୧ ରେ ୪୦ ହଜାର ଓ ୯/୧୨/୨୧ ତାରିଖରେ ୨୦ ହଜାର ଟଙ୍କା ଅନଲାଇନ ମାଧ୍ୟମରେ ନେଇ ଥିଲେ । ପୁଣି ୧୨/୧୨/୨୧ ରେ ୫୦ ନଗଦ ଟଙ୍କା ଦେଇ ଥିଲେ । କିଛି ଦିନ ବିତିଯିବା ପରେ ଅଜିତ ନିଯୁକ୍ତି ପତ୍ର ଉପରେ ପଚାରି ବୁଝିଥିଲେ । ସୁବ୍ରତ ମହାନ୍ତି ଅଜିତକୁ ଧରି ଭୁବନେଶ୍ୱର ନେଇ ଚାକିରୀ ଦେଉଥିବା ମୁଖ୍ୟ ଜଗଦୀଶ ବେହେରାକୁ ସାକ୍ଷାତ କରାଇଥିଲେ । ପରେ ଶୀଘ୍ର ନିଯୁକ୍ତି ପତ୍ର ଦିଆଯିବ କହିଥିଲେ l ୧୧/୧୦/୨୨ ତାରିଖରେ ନିଯୁକ୍ତି ପତ୍ର ମିଳିବ ବୋଲି ସୁବ୍ରତ ପ୍ରତିଶ୍ରୁତି ଦେଇଥିଲେ । ପରେ ୮/୧/୨୩ ତାରିଖରେ ନିଯୁକ୍ତି ପତ୍ର ପାଇଁ ନଥିବାରୁ ପଚାରି ବୁଝି ଥିଲେ । ୧୦/୧/୨୩ ତାରିଖରେ ଏକ ନିଯୁକ୍ତି ପତ୍ର ଦେଇ ୨୫/୧/୨୩ ରେ କାର୍ଯ୍ୟରେ ଯୋଗ ଦେବା ପାଇଁ କହିବା ପରେ ଅପେକ୍ଷା କରି କାର୍ଯ୍ୟରେ ଯୋଗ ଦେଇ ନ ପାରିବାରୁ ପୁଣି ବିଳମ୍ବ ହେବାରୁ ପୁଣି ପଚାରି ବୁଝିଥିଲେ । ପରେ ୧୪/୩/୨୩ ରେ ପୁଣି ଏକ ନିଯୁକ୍ତି ପତ୍ର ପାଇଥିଲେ । ପୁଣି ଚାକିରୀରେ ବିଳମ୍ବ ହେବାରୁ ସେ ସୁବ୍ରତ ମହାନ୍ତିଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚଅପ ରହିଥିଲା । କିଛି ଦିନ ତଳେ ଚାକିରୀ ଦେଉଥିବା ଚିଫ ଜଗଦୀଶ ବେହେରା ଲକ୍ଷାଧିକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଜାଣିବାକୁ ପାଇଁ ଥିଲେ । ନିଯୁକ୍ତି ପତ୍ର ଜାଲ ହୋଇଥିବା ଜାଣି ପାରି ଠକେଇର ଶିକାର ହୋଇଥିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
Comments are closed.